ETV Bharat / bharat

ଦଳ ଛାଡିଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଜାଖର

author img

By

Published : May 14, 2022, 3:19 PM IST

କଂଗ୍ରେସରୁ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନିଲ ଜାଫରଙ୍କ ଇସ୍ତଫା । ନିଜ ଫେସବୁକ ଲାଇଭ ସେସନରେ ଇସ୍ତଫା ନେଇ କଲେ ସ୍ପଷ୍ଟ । ଅଧିକ ପଢନ୍ତୁ

ଦଳ ଛାଡିଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଜାଖର
ଦଳ ଛାଡିଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଜାଖର

ଚଣ୍ଡିଗଡ: କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ସୁନିଲ ଜାଖର । ନିଜ ଇସ୍ତଫା ନେଇ ସୁନିଲ ତାଙ୍କ ଫେସବୁକ ପେଜର ଲାଇଭ ସେସନରେ ଘୋଷଣା କରିଛନ୍ତି । ଦଳ ଛାଡିବା ସହ “Good luck and goodbye to Congress party” ବୋଲି ମଧ୍ୟ କହିଛନ୍ତି ସୁନିଲ ।

ଚଳିତ ବିଧାନସଭା ନର୍ବାଚନରେ ଫେବୃଆରୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନୀ ମୈଦାନରୁ ସକ୍ରିୟ ଭାବେ ଓହରି ଯିବା ନେଇ ଜାଖର ଘୋଷଣା କରିଥିଲେ । ସେତେବେଳେ ସୁନିଲ ଜାଖର କହିଥିଲେ, ଦଳରେ କିଛି ସହକର୍ମୀଙ୍କ ସହ ମିଶି କାର୍ଯ୍ୟ କରିବା ତାଙ୍କ ପାଇଁ ସମ୍ଭବପର ନୁହେଁ । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ । ତେଣୁ ତାଙ୍କୁ ଦଳ ଯାହା ଦାୟିତ୍ବ ପ୍ରଦାନ କରିବ ତାହା ସେ ଅବଶ୍ୟ ପାଳନ କରିବେ କିନ୍ତୁ ସେ ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣରୁ ଅବସର ନେଉଛନ୍ତି ।

ତେବେ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ସେ ଚନ୍ନିଙ୍କୁ ଦଳିତ ବୋଲି କହି ଜାତିଗତ ଆପେକ୍ଷ କରିଥିବା ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ ହୋଇଥିଲା ।

ତେବେ ସେ ଦଳରେ ଥାଇ ମଧ୍ୟ କୌଣସି ସାଙ୍ଗଠନିକ ଦାୟିତ୍ବ ଗ୍ରହଣ ନକରିବା ନେଇ ତାଙ୍କ ବିରୋଧରେ 2 ବର୍ଷୀୟ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ନେଇ ଶୃଙ୍ଖଳା କମିଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସୁପାରିଶ ମଧ୍ୟ କରିଥିବା ଚର୍ଚ୍ଚା ହୋଇଥିଲେ ସୁଦ୍ଧା ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ଏହାରି ମଧ୍ୟରେ କଂଗ୍ରେସର ମୁଖ୍ୟସ୍ରୋତରୁ ପୃଥକ ନଜର ଆସୁଥିବା ସୁନିଲ ଜାଖର ଆଜି ଦଳରୁ ଇସ୍ତଫା ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.