ETV Bharat / bharat

ଅର୍ଥବ୍ୟବସ୍ଥା ନେଇ ମନମୋହନଙ୍କ ଚେତାବନୀ, 1991 ତୁଳନାରେ ଆଗାମୀ ସମୟ ଚ୍ୟାଲେଞ୍ଜପୂର୍ଣ୍ଣ

ମହାମାରୀ ଯୋଗୁଁ ଉତ୍ପନ୍ନ ସଙ୍କଟର ସ୍ଥିତି ଆଗରେ ଥିବା ରାସ୍ତା ସେ ସମୟର 1991 ପୂର୍ବର ସମୟ ତୁଳନାରେ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଅଧିକ ପଢନ୍ତୁ...

author img

By

Published : Jul 23, 2021, 10:59 PM IST

ଅର୍ଥ ବ୍ୟବସ୍ଥା ଉପରେ ମନମୋହନ ସିଂହଙ୍କ ଚେତାବନୀ, 1991 ତୁଳନାରେ ଆଗାମୀ ସମୟ ଚ୍ୟାଲେଞ୍ଜପୂର୍ଣ୍ଣ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ସଙ୍କଟର ସ୍ଥିତି ଆଗରେ ଥିବା ରାସ୍ତା ସେ ସମୟର 1991 ପୂର୍ବର ସମୟ ତୁଳନାରେ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ । ଏଭଳିସ୍ଥିତିରେ ଗୋଟିଏ ଦେଶ ଭାବେ ନିଜ ପ୍ରାଥମିକତାକୁ ପୁନର୍ବାର ନିର୍ଦ୍ଧାରିତ କରିବାକୁ ପଡିବ । 1991 ଐତିହାସିକ ବଜେଟର 30 ବର୍ଷ ପୂର୍ତ୍ତି ଅବସରରେ ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।

ମନମୋହନ ସିଂ 1991 ମସିହାରେ ନରସିଂହ ରାଓଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ଥିଲେ । 24 ଜୁଲାଇ 1991ରେ ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟ ଦେଶରେ ଅର୍ଥନୈତିକ ଉଦାରୀକରଣର ମୂଳଦୁଆ ବୋଲି ବିବେଚନା କରାଯାଏ ।

ସେହି ବଜେଟ ଉପସ୍ଥାପନ କରିବାର 30 ବର୍ଷ ଅବସରରେ ମନମୋହନ ସିଂହ କହିଛନ୍ତି ଯେ 30 ବର୍ଷ ପୂର୍ବେ 1991ରେ କଂଗ୍ରେସ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା ​​ଏବଂ ଦେଶର ଅର୍ଥନୈତିକ ନୀତି ପାଇଁ ଏକ ନୂତନ ପଥ ପରିଷ୍କାର କରିଥିଲା ।

ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାର ଏହି ପଥ ଅନୁସରଣ କରିଛନ୍ତି ଏବଂ ଦେଶର ଅର୍ଥନୀତି ତିନି ହଜାର ଟ୍ରିଲିଅନ ଡ଼ଲାରରେ ପରିଣତ ହୋଇଛି । ଏହା ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି ମନମୋହନ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ ପ୍ରାୟ 30 କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଥିଲେ । ଭାରତରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ସୃଷ୍ଟି ହେଲା ଏବଂ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିଲା ବୋଲି ନିଜ ବିବୃତ୍ତିରେ କହିଛନ୍ତି ସିଂ ।

ଆମ ଦେଶକୁ ଘେରି ରହିଥିବା ଆର୍ଥିକ ସଙ୍କଟ କାରଣରୁ 1991 ରେ ଅର୍ଥନୈତିକ ଉଦାରୀକରଣର ଆରମ୍ଭ ହୋଇଥିଲା । ହେଲେ ଏହା କେବଳ ସଙ୍କଟ ପରିଚାଳନାରେ ସୀମିତ ନଥିଲା, ବରଂ ସମୃଦ୍ଧିର ଇଚ୍ଛା, କ୍ଷମତା ଉପରେ ବିଶ୍ବାସ ଓ ଅର୍ଥବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ଉଠିବା ଭରସାର ଢାଞ୍ଚା ଉପରେ ଭାରତର ଆର୍ଥିକ ସୁଧାରର କୋଠା ଛିଡା ହୋଇଥିଲା ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ।

କଂଗ୍ରେସର ଅନେକ ନେତାଙ୍କ ସହ ମିଶି ଏହି ସୁଧାର ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରିଛନ୍ତି ମନମୋହନ । ଏହା ମୋତେ ବହୁତ ଖୁସି ଏବଂ ଗର୍ବ ଦେଇଥାଏ ଯେ ଗତ ତିନି ଦଶନ୍ଧି ମଧ୍ୟରେ ଆମ ଦେଶ ବିପୁଳ ଅର୍ଥନୈତିକ ଅଗ୍ରଗତି କରିଛି, କିନ୍ତୁ କୋଭିଡ ବିନାଶ ଏବଂ କୋଟି କୋଟି ଲୋକ ନିଯୁକ୍ତି ହରାଇଥିବାରୁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.