ETV Bharat / bharat

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କୋରୋନା

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା କୋରୋନା ସଂକ୍ରମିତ । ସୁସ୍ଥତା କାମନା କଲେ ବିଏସ ୟେଦିୟୁରପ୍ପା । ଅଧିକ ପଢନ୍ତୁ

author img

By

Published : Jan 22, 2022, 12:09 PM IST

Updated : Jan 22, 2022, 3:40 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କୋରୋନା
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କୋରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କୋରୋନା(hd devegowda tests positive for covid) । ଶନିବାର ଦେବଗୌଡା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ ଏବଂ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ଦେବଗୌଡା ସଂକ୍ରମିତ ଥିବା ନେଇ ସୁନିଶ୍ଚିତ କରିଛନ୍ତି ଏବଂ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ୟେଦୁରପ୍ପା କନ୍ନଡରେ ଏକ ଟ୍ବିଟ୍ କରିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡା କୋରୋନାରୁ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ଏହା ମୋର ଆଶା । ପ୍ରକାଶଥାଉ କି, ଦେବଗୌଡା ଭାରତର ଦ୍ବାଦଶ ପ୍ରଧାନମନ୍ତ୍ରୀ ଭାବେ ୧୯୯୬ ମସିହା ଜୁନରୁ ୧୯୯୭ ଏପ୍ରିଲ ଯାଏଁ ଦାୟିତ୍ବ ତୁଳାଇଥିଲେ । ଏହାପୂର୍ବରୁ ସେ କର୍ଣ୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ରୂପେ ୧୯୯୪ ରୁ ୧୯୯୬ ଯାଏଁ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି ।

@ANI

Last Updated : Jan 22, 2022, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.