ETV Bharat / bharat

କୋରୋନାରେ ଆଖି ବୁଜିଲେ ବାଜପେୟୀଙ୍କ ଭାଣିଜୀ

author img

By

Published : Apr 27, 2021, 10:38 AM IST

କୋରୋନାରେ ଆକ୍ରାନ୍ତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀଙ୍କ ପରଲୋକ ଘଟିଛି । ଅଧିକ ପଢନ୍ତୁ...

କୋରୋନାରେ ଆଖି ବୁଜିଲେ ବାଜପେୟୀଙ୍କ ଭାଣିଜୀ
କୋରୋନାରେ ଆଖି ବୁଜିଲେ ବାଜପେୟୀଙ୍କ ଭାଣିଜୀ

ରାୟପୁର: କୋରୋନା ମହାମାରୀ କବଳରେ ସାରା ଦେଶ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି କୋରୋନା । ଏଥିରୁ ବର୍ତ୍ତି ପାରିନାହାନ୍ତି ବିଶିଷ୍ଟ ବ୍ୟକ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କ କୋରୋନାରେ ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ତେବେ ସେ ଛତିଶଗଡ଼ର ରାଜଧାନୀ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

  • मेरी करुणा चाची यानी करुणा शुक्ला जी नहीं रहीं। निष्ठुर कोरोना ने उन्हें भी लील लिया।

    राजनीति से इतर उनसे बहुत आत्मीय पारिवारिक रिश्ते रहे और उनका सतत आशीर्वाद मुझे मिलता रहा।

    ईश्वर उन्हें अपने श्रीचरणों में स्थान दें और हम सबको उनका विछोह सहने की शक्ति। pic.twitter.com/gumLKp0Lfq

    — Bhupesh Baghel (@bhupeshbaghel) April 26, 2021 " class="align-text-top noRightClick twitterSection" data=" ">

କରୁଣା ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ବଲୌଦାବାଜାରଠାରେ ହେବ । ତାଙ୍କ ମୃତ୍ୟୁରେ ସିଏମ ଭୂପେଶ ବଘେଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି । ସିଏମ ଭୂପେଶ ନିଜ ଟ୍ବିଟରେ ଲେଖିଛନ୍ତି ଯେ, 'ମୋର କରୁଣା ଚାଚି ଅର୍ଥାତ କରୁଣା ଶୁକ୍ଳା ଆଉ ନାହାଁନ୍ତି । ନିର୍ଦ୍ଦୟ କୋରୋନା ତାଙ୍କୁ ମଧ୍ୟ ନେଇଗଲା । ରାଜନୀତି ବ୍ୟତୀତ କରୁଣାଙ୍କ ସହତ ତାଙ୍କର ଅତ୍ୟନ୍ତ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ଭଗବାନ ତାଙ୍କର ଆତ୍ମାକୁ ନିଜ ପାଦରେ ସ୍ଥାନ ଦିଅନ୍ତୁ ବୋଲି ସେ ଟ୍ବିଟ କରି କହିଛନ୍ତି ।

କରୁଣା ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ଲୋକସଭାର ସାଂସଦ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହିତ ଅନେକ ବଡ ପଦବୀରେ କାର୍ଯ୍ୟ କରିଛନ୍ତି । ବିଜେପିର ଅଣଦେଖା କାରଣରୁ କରୁଣା 2014 ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ । ପରେ କଂଗ୍ରେସ ତାଙ୍କୁ ବିଳାସପୁର ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା । ଏହାପରେ ସେ 2018 ମସିହାରେ ପୂର୍ବ ମୁଖ୍ୟମନ୍ତ୍ରୀ ଡଃ ରମନ ସିଂଙ୍କ ବିରୋଧରେ କଂଗ୍ରେସ ତାଙ୍କୁ ରାଜନାନ୍ଦଗାଓଁରୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।

କରୁଣା 1950 ମସିହା ଅଗଷ୍ଟ 1 ତାରିଖରେ ଗ୍ବାଲିଅରରେ ଜନ୍ମଗ୍ରହଣ କରିଥିଲେ । ଭୋପାଳ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରିବା ପରେ ସେ ରାଜନୀତିରେ ପାଦ ଥାପିଥିଲେ । ମଧ୍ୟପ୍ରଦେଶ ବିଧାନସଭାରେ କାର୍ଯ୍ୟ କରିବା ସମୟରେ ତାଙ୍କୁ ଶ୍ରେଷ୍ଠ ବିଧାୟିକା ସମ୍ମାନର ଅଧିକାରିଣୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.