ETV Bharat / bharat

Param Bir Singh; ମୁମ୍ବାଇ ପୂର୍ବତନ ପୋଲିସ କମିଶନର ନିଲମ୍ବିତ

author img

By

Published : Dec 2, 2021, 9:00 PM IST

ପରମବୀର ସିଂ ନିଲମ୍ବିତ । ନିଲମ୍ବନ କଲେ ମହାରାଷ୍ଟ୍ର ସରକାର । ଏବେ ଏକାଧିକ ମାମଲାରେ ଜେରାର ସମ୍ମୁଖୀନ ହେଉଛନ୍ତି ପରମବୀର । ଅଧିକ ପଢନ୍ତୁ

ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ନିଲମ୍ବିତ

ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ହୋମଗାର୍ଡ ମହାନିର୍ଦେଶକ ପରମବୀର ସିଂଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିବାଦୀୟ ହୋଇ ତଦନ୍ତ ପରିସରରେ ଥିବା ପରମବୀରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏଭଳି ପରିସ୍ଥିତିରେ ଏବେ ପରମବୀର ସିଂ ଡିଜିପି କାର୍ଯ୍ୟାଳୟର ଅନୁମତି ନନେଇ ମୁମ୍ବାଇ ଛାଡି ପାରିବେ ନାହିଁ । ଆହୁରି ମଧ୍ୟ ଯେପର୍ଯ୍ୟନ୍ତ ତାଙ୍କ ଉପରେ ନିଲମ୍ବିତ ଆଦେଶ ଥିବା ସତ୍ତ୍ବେ, ସେ କୌଣସି ବେସରକାରୀ କମ୍ପାନୀ କିମ୍ବା କୌଣସି ବ୍ୟବସାୟିକ କ୍ଷେତ୍ରରେ କାମ କରିବାକୁ ସକ୍ଷମ ହେବେ ନାହିଁ ବୋଲି ସୂଚନା ମିଳିଛି । ଯଦି ସେ ନିଲମ୍ବିତ ହେବା ସତ୍ତ୍ବେ ମଧ୍ୟ ଏପରି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କୁ ବରଖାସ୍ତର ଆଦେଶ ମଧ୍ୟ ଜାରି କରାଯାଇପାରେ ।

ସୂଚନାନୁସାରେ, ପରମବୀର ସିଂ ତାଙ୍କ ଛୁଟି ଶେଷ ହେବା ପରେ ମଧ୍ୟ ଦାୟିତ୍ବରେ ଯୋଗ ଦେଇନାହାଁନ୍ତି କିମ୍ବା ଏ ସମ୍ପର୍କରେ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟକୁ ଔପଚାରିକ ଭାବେ ଅବଗତ କରାଇନାହାନ୍ତି । ଗୃହ ବିଭାଗ ତାଙ୍କ ସହ ଅନେକ ଥର ତାଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କ ସହ ଯୋଗାଯୋଗ ହୋଇନପାରିବା ସହ କୌଣସି ସ୍ପଷ୍ଟୀକରଣ ମିଳିପାରି ନଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପରମବୀର ଅଗଷ୍ଟ 29 ପର୍ଯ୍ୟନ୍ତ ଛୁଟିରେ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେ ଦାୟିତ୍ବକୁ ଫେରିନଥିଲେ ।

ଆଇପିଏସ ଅଧିକାରୀ ପରମବୀର ସିଂଙ୍କ ବିରୋଧରେ ପ୍ରାୟ ୫ରୁ ଊର୍ଦ୍ଧ୍ବ ଚାନ୍ଦା ଆଦାୟ ମାଗିବା ମାମଲା ଦାୟର ହୋଇଛି । ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ବୋଝେଇ ଗାଡି ମିଳିବା ପରେ କମିଶନର ପଦରୁ ପରମବୀରଙ୍କୁ ହଟାଯାଇଥିଲା । ତେବେ ପରମବୀର ମଧ୍ୟ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।

ପରମବୀର ସିଂ ନିଜେ ବିବାଦରେ ପଡିବା ପରେ ଗିରଫ ଆଶଙ୍କା ବଢିଥିଲା । ସେ ତଦନ୍ତର ସହଯୋଗ କରିବା ପରିବର୍ତ୍ତେ ନିରୁଦ୍ଦିଷ୍ଟ ହୋଇଯିବାରୁ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରିଥିଲେ କୋର୍ଟ । ନିକଟର ନିଜେ ଅନ୍ତରୀଣ ସୁରକ୍ଷା ପାଇ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିବା ପରମବୀରଙ୍କୁ ଜେରା ଚାଲିଛି । ତେବେ ସବୁ ବିବାଦ ପରେ ମହାରାଷ୍ଟ୍ର ସରକାର ତାଙ୍କୁ ବର୍ତ୍ତମାନ ପଦରୁ ନିଲମ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.