ମୁମ୍ବାଇ: ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ ମିଳିିଛି । ସୋସିଆଲ ମିଡିଆରେ ସମୀରଙ୍କୁ କେହି ଜଣେ ହତ୍ୟା ଧମକ ଦେଇଥିବା ଜଣାପଡିଛି । ଟ୍ବିଟର ଆକାଉଣ୍ଟ @amanA1A1ରୁ ସମୀରଙ୍କୁ ଧମକ ମିଳିଛି । ଏ ନେଇ ଗୋରେଗାଓଁ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ଅଗଷ୍ଟ ୧୪ ତାରିଖରେ ଟ୍ବିଟରେ ଏକ ଆକାଉଣ୍ଟ ତିଆରି କରି ସମୀରଙ୍କୁ ହତ୍ୟା ଧମକ ଦିଆଯାଇଛି । ବର୍ତ୍ତମା ଆକାଉଣ୍ଟଟି ଡିଲିଟ ହୋଇଯାଇଛି ।
ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ନୱାବ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ କରିବାର ଦୁଇଦିନ ପରେ ସମୀରଙ୍କୁ ଏହି ହତ୍ୟ ଧମକ ଆସିଛି । ମିଳିଥିବା ଧମକ ମେସେଜରେ ଲେଖାଥିଲା, ''ତୁମେ ଜାଣିଛ ତୁମେ କଣ କରିଛ ? ହିସାବ ଦେବାକୁ ପଡିବ । ତୁମକୁ ଶେଷ କରିଦେବୁ ।'' ଅମନ ନାମକ ବ୍ୟକ୍ତିଙ୍କ ଦ୍ବାରା ଟ୍ବିଟର ହ୍ୟାଣ୍ଡେଲ କରାଯାଉଥିବା ଜଣାପଡିଛି । ବର୍ତ୍ତମାନ ଆକାଉଣ୍ଟଟି ବନ୍ଦ ହୋଇଛି । ଧମକ ମିଳିବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ସମୀର । ପୋଲିସ ଘଟଣାର ତଦନ୍ତ କରୁଛି ।
ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଫସିଥିଲେ ୱେଙ୍ଖଡେ
ଗତ ବର୍ଷ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ଡଗ୍ସ ମାମଲା ସମୟରେ ଚର୍ଚ୍ଚାରେ ଥିଲେ ସମୀର । ସେତେବେଳେ ମୁମ୍ବାଇ ନାକୋଟିକ୍ସ ବ୍ୟୁରୋର ପ୍ରମୁଖ ଥିଲେ । ମୁମ୍ବାଇର କ୍ରୁଜ ରେଡ ପାର୍ଟି ଚାଲିଥିବାବେଳେ, ସମୀର ୱାଙ୍ଖେଙ୍କ ନେତୃତ୍ବ ଚଢାଉ ହୋଇଥିଲେ । ଏଥିରେ ଆର୍ଯ୍ୟନ ଖାନଙ୍କ ସମେତ ୨୦ ଜଣ ଗିରଫ ହୋଇଥିଲେ ।