ETV Bharat / bharat

BRSକୁ କଂଗ୍ରେସର ଶକ୍ତ ଝଟକା ! ମହାରାଷ୍ଟ୍ରରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଲେ KCR, ତେଲେଙ୍ଗାନାରେ ଭୁଶୁଡିଲା ଗଡ - ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳକୁ ଶକ୍ତ ଝଟକା ଦେଲା କଂଗ୍ରେସ । ଆଜି ଦଳରେ ହାତ ଧରିଛନ୍ତି ବିଆରଏସର ୩୫ ନେତା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 26, 2023, 9:07 PM IST

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ବିଆରଏସ(BRS)କୁ ଲାଗିଲା ଶକ୍ତ ଝଟକା । ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡି, ପୂର୍ବତନ ମନ୍ତ୍ରୀ ଜୁପଲ୍ଲି କୃଷ୍ଣା ରାଓଙ୍କ ସମେତ ୩୫ ଜଣ ନେତା ଧରିଛନ୍ତି ହାତ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି । ଏହାସହିତ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଏହି ଶୀର୍ଷ ନେତୃତ୍ବ ତେଲେଙ୍ଗାନାର କଂଗ୍ରେସ କର୍ମୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ।

  • Former Telangana minister & five time MLA Shri Jupally Krishna Rao, former MP Shri Ponguleti Srinivasa Reddy,
    & many Telangana leaders met Congress President Shri Mallikarjun Kharge, former Congress President Shri Rahul Gandhi, AICC General Secy (Org) Shri KC Venugopal, AICC… pic.twitter.com/uZD0w6Pb74

    — INC TV (@INC_Television) June 26, 2023 " class="align-text-top noRightClick twitterSection" data=" ">

ଏହି ମିଶ୍ରଣ ଉତ୍ସବରେ କଂଗ୍ରେସର ସାଙ୍ଗଠନିକ ମହାସଚିବ କେସି ବେଣୁଗୋପାଳ, କଂଗ୍ରେସ ତେଲେଙ୍ଗାନା ପ୍ରଭାରୀ ମଣିକରାୱ ଠାକରେ ଓ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରେବନ୍ତ ରେଡି ମଧ୍ୟ ଉପସ୍ଥିତ ଥିଲେ । ପିଏସ ରେଡ୍ଡି, କୃଷ୍ଣା ରାଓଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଗୁରୁନାଥ ରେଡ୍ଡି, ପୂର୍ବ ବିଧାୟକ କୋରାମ କନକୈୟା, ପୂର୍ବତନ ବିଧାୟକ ପାୟମ ଭେଙ୍କଟେଶ୍ବରଲୁ, ଡିସିସିବି ପୂର୍ବ ଅଧ୍ୟକ୍ଷ ମୁଭମେଣ୍ଟ ବିଜୟା ବେବି, ଏସସି କର୍ପୋରେସନର ପୂର୍ବତନ ମଧ୍ୟକ୍ଷ ପିଦମାର୍ଥୀ ରବି, ଡିସିସିବି ଅଧ୍ୟକ୍ଷ ଥେଲ୍ଲୁରି ବ୍ରହ୍ମୈୟାଙ୍କ ସମେତ ଅନ୍ୟ ୩୫ ନେତା କଂଗ୍ରେସରେ ଯୋଗଦେଇଛନ୍ତି ।

ଏହା ବି ପଢନ୍ତୁ- PoK is Part of India: PoK ଭାରତର ଥିଲା, ଅଛି ରହିବ...

ଚଳିତ ବର୍ଷ ଶେଷ ସୁଦ୍ଧା ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି କଂଗ୍ରେସ ସରକାର ଗଢିବା ପରେ ଏବେ ଅନ୍ୟ ରାଜ୍ୟର ନିର୍ବାଚନ ଜିତିବା ଲାଗି ଲକ୍ଷ୍ୟ ରଖିଛି ଦଳ । ତେଲେଙ୍ଗାନାରେ ମୋଟ ୧୧୯ଟି ବିଧାନସଭା ଆସନ ରହିଥିବା ବେଳେ କଂଗ୍ରେସ ୮୦ଟି ଆସନ ଜିତିବା ଲାଗି ଦୃଢୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ସେ ଆହୁରି କହିଛନ୍ତି ଯେ BRS ନେତାଙ୍କ ସମେତ ବିଜେପି ନେତା ମଧ୍ୟ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ତେଲେଙ୍ଗାନାରେ ହାୱା ବଦଳିବାରେ ଲାଗିଛି ।

ଏ ନେଇ କଂଗ୍ରେସ ତେଲେଙ୍ଗାନା ପ୍ରଭାରୀ ମଣିକରାୱ ଠାକରେ କହିଛନ୍ତି, " କଂଗ୍ରେସ ରାଜ୍ୟରେ ୮୦ ଆସନରୁ ଅଧିକ ଆସନ ମଧ୍ୟ ହାତେଇବାର ସମ୍ଭାବନା ରହିଛି । କର୍ଣ୍ଣାଟକ ପରି ତେଲେଙ୍ଗାନାରେ ମଧ୍ୟ ଲୋକେ ପରିବର୍ତ୍ତନର ଆଶା ରଖିଛନ୍ତି । ରାଜ୍ୟରେ ବେରୋଜଗାରୀ ସଙ୍ଗାକୁ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଏହାସହିତ ଦୁର୍ନୀତି ମଧ୍ୟ ବୃଦ୍ଧି ପାଇଛି । ଏଣୁ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି । କର୍ଣ୍ଣାଟକର ପ୍ରଭାବ ତେଲେଙ୍ଗାନାରେ ମଧ୍ୟ ପଡ଼ିଛି । ଲୋକେ ଦେଖିସାରିଛନ୍ତି ଯେ କଂଗ୍ରେସ ଯାହା ପ୍ରତିଶୃତି ଦିଏ ତାହାକୁ ପୂରଣ ମଧ୍ୟ କରିଥାଏ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.