ETV Bharat / bharat

କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ, ଦୁଇ ଦିନିଆ ଶୋକ ଘୋଷଣା

author img

By

Published : Jul 18, 2023, 6:30 AM IST

Updated : Jul 18, 2023, 10:33 AM IST

ଆଉ ନାହାନ୍ତି କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡି । 79 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଓମ୍ମେନ ଚାଣ୍ଡି । ଅଧିକ ପଢନ୍ତୁ

Former Kerala CM passes away
କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ

ଥିରୁଅନନ୍ତପୁରମ: କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମ୍ମେନ ଚାଣ୍ଡିଙ୍କର ଦେହାନ୍ତ ହୋଇଛି । 79 ବର୍ଷ ବୟସରେ ବେଙ୍ଗାଲୁରୁରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପିଲର ଓମ୍ମେନ ଚାଣ୍ଡି । ଗତ ଅକ୍ଟୋବର ମାସରେ ସେ ବର୍ଲିନର ଚାରିଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ରବିବାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏୟାରଲିଫ୍ଟ କରିଯାଇଥିଲା ଆଜି ତାଙ୍କର ଦେହାନ୍ତ ହୋଇଛି । ଓମ୍ମେନ ଚାଣ୍ଡିଙ୍କ ବିୟୋଗ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ସମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଅପ୍ପା ଆଉ ନାହାନ୍ତି ବୋଲି ଜଣାଇଛନ୍ତି ଓମ୍ମେନ ଚାଣ୍ଡିଙ୍କ ପୁଅ । କେରଳରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି କେରଳ ସରକାର ।

ଓମ୍ମେନ ଚାଣ୍ଡି ଦୁଇ ଥର କେରଳ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଥିଲେ । ଆଜି ବେଙ୍ଗାଲୁରୁର ଇନ୍ଦିରା ନଗରରେ ଥିବା ଚିନ୍ମୟ ମିଶନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଛି । ଉତ୍ତମ ଚିକିତ୍ସା ପାଇଁ ସେ ବେଙ୍ଗାଲୁୁରୁରେ ଥିଲେ । ଓମ୍ମେନ ଚାଣ୍ଡିଙ୍କ ପରଲୋକ ନେଇ କେରଳ କଂଗ୍ରେସ ସଭାପତି କେ ସୁଧାକରଣ ଟ୍ବିଟ୍‌ କରି ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି । ଓମ୍ମେନ ଚାଣ୍ଡିଙ୍କ ବିୟୋଗରେ ପରିବାର ସହିତ ସମଗ୍ର କେରଳବାସୀ ଶୋକରେ ବୁଡିଛନ୍ତି ।

ଆଉ ନାହାନ୍ତି ଓମ୍ମେନ ଚାଣ୍ଡି: କେରଳର କୋଟାୟମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଓମ୍ମେନ ଚାଣ୍ଡି । ପୁଥୁପ୍ପାଲି ସେଣ୍ଟ୍‌ ଜର୍ଜ ହାଇସ୍କୁଲରେ ପଢ଼ିଥିଲେ । କୋଟାୟମରୁ କଲେଜ ଶିକ୍ଷା ପରେ ଏର୍ଣ୍ଣାକୁଲମ ସରକାରୀ ଲ' କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । କେରଳ ଛାତ୍ର ସଂଘ ଜରିଆରେ ରାଜନୀତି ଜୀବନ ଆରମ୍ଭ କରିଥିଲେ । 1967ରୁ 1970 ଯାଏଁ ସେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିଲେ । 1970 ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ବିଜୟ ହାସଲ କରିଥିଲେ ଏହି ବରିଷ୍ଠ କଂଗ୍ରେସ ନେତା ।

ଏହା ବି ପଢନ୍ତୁ...ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ

27 ବର୍ଷ ବୟସରେ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । କେରଳ କ୍ୟାବିନେଟରେ ବିଭିନ୍ନ ବିଭାଗରେ 4ଥର ମନ୍ତ୍ରୀ ରହିଛନ୍ତି ଓମ୍ମେନ ଚାଣ୍ଡି । କରୁଣାକରଣଙ୍କ ମନ୍ତ୍ରଣାଳୟରେ ଶ୍ରମ ମନ୍ତ୍ରୀ ଥିଲେ । ରାଜ୍ୟ ବିଧାନସଭାରେ 4ଥର ବିରୋଧୀ ଦଳ ନେତା ହୋଇଥିଲେ । 2004ଓ 2011ରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଥିଲେ । ପାଞ୍ଚ ଦଶନ୍ଧି ଧରି ସେ ତାଙ୍କ ନିର୍ବାଚନ ମଣ୍ଡଳୀ ପୁଥୁପ୍ପାଲିରେ ପ୍ରତିନିଧିତ୍ବ କରିଥିଲେ । 2018 ଜୁନ 6ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓମ୍ମେନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ ପ୍ରଭାରୀ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ରୂପେ ନିଯୁକ୍ତ କରିଥିଲେ । ଲାଗାତାର 11ଥର ବିଧାନସଭା ନିର୍ବାଚନ ଜିତିଥିଲେ ଓମ୍ମେନ ଚାଣ୍ଡି ।

ଏହା ବି ପଢନ୍ତୁ...Parkash Singh Badal Passes Away: 95 ବର୍ଷରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଓମ୍ମେନ ଚାଣ୍ଡିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,''ଜଣେ ନମ୍ର ଏବଂ ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ ଯିଏକି ଲୋକଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ଓମ୍ମେନ ଚାଣ୍ଡି କେରଳ ଲୋକଙ୍କ ପ୍ରଗତି ପାଇଁ କାର୍ଯ୍ୟ କରୁଥିଲେ । ଦୁଇଜଣ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ସମୟରେ ତାଙ୍କ ସହ କଥାବାର୍ତ୍ତା ହୋଇଛି । ପରିବାରକୁ ମୋର ସମବେଦନା ।''

ଓମ୍ମେନ ଚାଣ୍ଡିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ସେ ଟ୍ବିଟ କରି ଲେଖିଛନ୍ତି,''ଆମେ ସମାନ ବର୍ଷ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ । ଛାତ୍ର ଜୀବନ ସମୟରୁ ରାଜନୀତିରେ ପ୍ରବେଶ କରିଥିଲୁ । ସମାନ ଭାବରେ ଲୋକଙ୍କ ସେବା କରିଥିଲୁ । ଓମ୍ମେନ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଲୋକଙ୍କ ଘନିଷ୍ଠ ହୋଇଥିବା ଜଣେ ବ୍ୟକ୍ତିତ୍ବ । ତାଙ୍କୁ ଏପରି ଭାବେ ବିଦାୟ ଦେବା ଅତ୍ୟନ୍ତ କଷ୍ଟକର ।''

Last Updated : Jul 18, 2023, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.