ETV Bharat / bharat

Shettar Joins Congress: ହାତ ଧରିଲେ ଜଗଦୀଶ ଶେଟ୍ଟାର, ସପ୍ତାହରେ BJPକୁ ବାଏ ବାଏ କହିଲେଣି 2 ବଡ ନେତା - କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାତ ଧରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର । ଗତକାଲି (ରବିବାର) ବିଜେପିକୁ ଅଲବିଦା କହିଥିଲେ ଜଗଦୀଶ । ଅଧିକ ପଢନ୍ତୁ

Former Karnataka CM Jagadish Shettar join Congress
ହାତ ଧରିଲେ କର୍ଣ୍ଣାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର
author img

By

Published : Apr 17, 2023, 10:09 AM IST

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିକଟତର ହେଉଥିବା ଭିତରେ ବିଜେପିକୁ ଶକ୍ତ ଝଟକା ଲାଗିଛି । କର୍ଣ୍ଣାଟକ ନିର୍ବାଚନ ବିଗୁଲ ବାଜିବା ପରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ନିର୍ବାଚନକୁ ଆଉ ମାତ୍ର 24 ଦିନ ବାକି ଥିବା ବେଳେ ବିଜେପି କ୍ୟାମ୍ପ ଖାଲି ହେବାକୁ ଲାଗିଛି । ଗତକାଲି (ରବିବାର) ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହାତ ଧରିଛନ୍ତି । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ଜଗଦୀଶ ଶେଟ୍ଟାର । ବଡ ବଡ ନେତା ବିଜେପି ଛାଡି କଂଗ୍ରେସରେ ମିଶିବା ଦଳ ପାଇଁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି । ବେଙ୍ଗାଲୁରୁ କଂଗ୍ରେସ ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ହୋଇଛି ।

  • #WATCH | Former Karnataka CM Jagadish Shettar, Congress president Mallikarjun Kharge, KPCC president DK Shivakumar & Congress leaders Randeep Surjewala, Siddaramaiah reach party office in Bengaluru.

    Jagadish Shettar will be joining Congress, after resigning from BJP yesterday. pic.twitter.com/Gk8LQPalb1

    — ANI (@ANI) April 17, 2023 " class="align-text-top noRightClick twitterSection" data=" ">

ହାତ ଧରିବା ପରେ ପ୍ରତିକ୍ରିୟାରେ ଜଗଦୀଶ ଶେଟ୍ଟାର କହିଛନ୍ତି, ''ଗତକାଲି ମୁଁ ବିଜେପି ଛାଡିଥିଲି ଆଜି କଂଗ୍ରେସରେ ଯୋଗ ଦେଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ମୋତେ ପ୍ରତ୍ୟେକ ପଦବୀ ଦେଇଛି । ଜଣେ ଦଳୀୟ କର୍ମୀ ଭାବରେ ଦଳକୁ ସୃଦୁଢ କରିବାକୁ ସର୍ବଦା କାର୍ଯ୍ୟ କରିଛି । ବରିଷ୍ଠ ନେତା ହିସାବରେ ମୁଁ ଭାବିଥିଲି ଟିକେଟ୍‌ ପାଇବି । ଯେବେ ଜାଣିବାକୁ ପାଇଲି ମୋତେ ଟିକେଟ ମିଳିନାହିଁ । ମୁଁ ଆଶ୍ଟର୍ଯ୍ୟ ହୋଇଗଲି । କେହି ମୋ ସହ ଆଲୋଚନା କଲେ ନାହିଁ କି ମୋତେ ବୁଝାଇବାକୁ ଚେଷ୍ଟା କଲେ ନାହିଁ । ମୁଁ ହୃଦୟର ସହ କଂଗ୍ରେସରେ ଯୋଗ ଦେଉଛି । ମୁଁ କଂଗ୍ରେସ ନେତାଙ୍କ ସହ କଥା ହୋଇଥିଲି ସେମାନେ ମୋତେ ନିମନ୍ତ୍ରଣ କରିଥିଲେ ଏହା ପରେ ଗୋଟିଏ ସେକେଣ୍ଡ ନ ଭାବି ଦଳରେ ସାମିଲ ହୋଇଛି । ''

  • "Yesterday I left BJP and today I joined the Congress party. Many are surprised as an opposition leader, former CM and party president is joining Congress. BJP has given me every position and being a party worker I always worked for the party's growth," says Jagadish Shettar… pic.twitter.com/wHOaK30kxH

ଜଗଦୀଶଙ୍କ କଂଗ୍ରେସରେ ମିଶିବା ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ''ଜଗଦୀଶଙ୍କ ବିଷୟରେ ବେଶୀ କିଛି ପରିଚୟ ଦେବାର ଆବଶ୍ୟକ ନାହିଁ । ତାଙ୍କ ଯୋଗଦାନ ଦଳକୁ ବଳ ଦେବ । ସେ ଏମିତି ଜଣେ ବ୍ୟକ୍ତି ଯିଏକି ଏକା ଜିତନ୍ତି ନାହିଁ ତାଙ୍କ ପାଖରେ ଅଧିକ ଆସନରେ ଜିତିବାର କ୍ଷମତା ରହିଛି । ଆରଏସଏସ ଓ ଜନ ସଂଘରେ ଥିବାବେଳେ ସେ ବିବାଦମୁକ୍ତ ବ୍ୟକ୍ତିତ୍ବ ଥିଲେ । ଆମେ ଏକାଠି କାମ କରିବୁ । ଜଗଦୀଶଙ୍କ ଯୋଗଦାନ ପରେ ଆମ ଟାର୍ଗେଟ 150 ନିଶ୍ଚିନ୍ତ ହୋଇଛି ଆମେ ନିଶ୍ଚିନ୍ତ ଲକ୍ଷ୍ୟ ହାସଲ କରିବୁ ।''

ଗତକାଲି (ରବିବାର) ବିଜେପିକୁ ଅଲବିଦା କହିଥିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର । ଟିକେଟ ନ ମିଳିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଜଗଦୀଶ । ବିଜେପି ଛାଡି ସେ କଂଗ୍ରେସରେ ଯୋଗ ଦେବା ଚର୍ଚ୍ଚା ହେଉଥିଲା ଆଉ ରାତି ପାହୁ ପାହୁ ଅନୁମାନ ସତ ହୋଇଛି । ପୂର୍ବରୁ ଗତ ଏପ୍ରିଲ 12 ତାରିଖରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାୱଦି ବିଜେପିରୁ ଇସ୍ତଫା ଦେଇଥିଲେ । ମାତ୍ର କିଛି ଦିନ ପରେ ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସରେ ମିଶିବା ଦଳକୁ ଝଟକା ଦେଇଛି । ବର୍ତ୍ତମାନ ସୁଦ୍ଧା ଅନେକ ନେତା ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି ।

ଏହା ବି ପଢନ୍ତୁ...Major Blow to BJP: ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ଏହା ବି ପଢନ୍ତୁ...Navjot Singh Sidhu: ସିଦ୍ଧୁଙ୍କ ଘରେ ସନ୍ଦିଗ୍ଧ, ପଞ୍ଜାବ ପୋଲିସକୁ ଦେଲେ ସୂଚନା

ପ୍ରକାଶଥାଉ କି, ମଇ 10 ତାରିଖରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଇ 13ରେ ଫଳାଫଳ ପ୍ରକାଶ ପାଇବ । 224 ଆସନରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମୋଟ 5 କୋଟି 21 ଲକ୍ଷ 73 ହଜାର 579 ଭୋଟର ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.