ଦିଲ୍ଲୀ : ଦିଲ୍ଲୀ ଦଙ୍ଗାର ଅଭିଯୋଗରେ ତିହାର ଜେଲରେ ସଜା କାଟୁଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ କୋରୋନା ସଂକ୍ରମିତ ହୋଇଛି । ତିହାର ଜେଲ ହସ୍ପିଟାଲରେ ଥିବା ଡାକ୍ତରଙ୍କ ତତ୍ତ୍ବାବଧାନରେ ତାର ଚିକିତ୍ସା ଚାଲିଛି ।
ଜେଲ ଅଧିକାରୀଙ୍କ କହିବା ମୁତାବକ ଶନିବାର ସଂକ୍ରମଣ ଜଣା ପଡିବା ପରେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ୟାଞ୍ଚ ପରେ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିଲା । ସେଠାରେ ପୂର୍ବରୁ ଅଣ୍ଡର ଓ୍ବାର୍ଲ୍ଡ ଡନ ଛୋଟା ରାଜନଙ୍କ ମଧ୍ୟ ଚିକିତ୍ସା ଚାଳିଛି ।
ଗତ କିଛିଦିନ ହେବ ତିହାର ଜେଲ ନମ୍ବର ଦୁଇରେ କୋରୋନା ସଂକ୍ରମଣ ଅଚାନକ ବଢିଯାଇଛି । ଜେଲର ହାଇ ସିକ୍ୟୁରିଟି ଓ୍ବାର୍ଡରେ ବନ୍ଦ ବିହାରର ପୂର୍ବତନ ସାଂସଦ ମୋହମ୍ମଦ ଶହାବୁଦ୍ଦିନ କୋରୋନା ସଂକ୍ରମିତ ହୋଇଛନ୍ତି ।