ETV Bharat / bharat

ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ - IAS officer joins BJP

ଗୁଜୁରାଟ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମା ବିଜେପିରେ ଯୋଗ ଦେଇଛନ୍ତି । ଅରବିନ୍ଦ କୁମାର ଗୁରୁବାର ଲକ୍ଷ୍ନୌରେ ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ପୂର୍ବତନ IAS ଅଧିକାରୀ
ପୂର୍ବତନ IAS ଅଧିକାରୀ
author img

By

Published : Jan 14, 2021, 1:48 PM IST

ଲକ୍ଷ୍ନୌ: ଗୁଜୁରାଟ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମା ବିଜେପିରେ ଯୋଗ ଦେଇଛନ୍ତି । ଉତ୍ତରପ୍ରଦେଶର ଅରବିନ୍ଦ କୁମାର 2022ରେ ଅବସର ନେଇଥାନ୍ତେ । ମାତ୍ର ସେ ଅଚାନକ ସ୍ବେଚ୍ଛାକୃତ ଅବସର ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ବସନୀୟ ଅଧିକାରୀ ଅରବିନ୍ଦ କୁମାର ।

ଏ ନେଇ ସେ କହିଛନ୍ତି, ଦଳ ତାଙ୍କୁ ଯେଉଁ କାର୍ଯ୍ୟ ଦେବ ସେ କରିବେ । ଅରବିନ୍ଦ 1988 ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ । ସେ 2001ରୁ 2013 ପର୍ଯ୍ୟନ୍ତ ଗୁଜୁରାଟରେ ନରେନ୍ଦ୍ର ମୋଦିଙ୍କ ସାଥିରେ ଅନେକ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଏପରିକି ନେରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ଦିଲ୍ଲୀ ଆସିବା ପରେ ଅରବିନ୍ଦ ମଧ୍ୟ ପିଏମଓ ଆସିଯାଇଥିଲେ । 11 ଏପ୍ରିଲ 1962ରେ ଉତ୍ତରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରୁ ପାଠପଢା ଆରମ୍ଭ କରିଥିଲେ । ଏହାପରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ସ୍ନାତକ କରିଥିଲେ ।

ସେ 2013ରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବରେ ମଧ୍ୟ ନିୟୋଜିତ ଥିଲେ । ଜୁନ 2014ରେ କେନ୍ଦ୍ରୀୟ ପ୍ରତିନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ପିଏମଓରେ ହିଁ କାର୍ଯ୍ୟରତ ଥିଲେ । ତେବେ ବିଜେପି ତାଙ୍କୁ ବିଧାନ ପରିଷଦ ପଠାଇ ପାରେ ବୋଲି ଆଶା କରାଯାଉଛି । ଅରବିନ୍ଦଙ୍କ ପ୍ରଶାସନିକ ଦକ୍ଷତାକୁ ଦେଖିଲେ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.