ETV Bharat / bharat

EDରେ ହାଜର ହେଲେ ଅନିଲ ଦେଶମୁଖ, ଭିଡିଓ କରି ଅଭିଯୋଗକୁ କହିଲେ ମିଥ୍ୟା

author img

By

Published : Nov 1, 2021, 1:25 PM IST

ED କାର୍ଯ୍ୟାଳୟରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ତାଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ED କାର୍ଯ୍ୟାଳୟରେ ହାଜର ହେଲେ ଅନିଲ ଦେଶମୁଖ
ED କାର୍ଯ୍ୟାଳୟରେ ହାଜର ହେଲେ ଅନିଲ ଦେଶମୁଖ

ମୁମ୍ବାଇ: ED କାର୍ଯ୍ୟାଳୟରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ତାଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ହୋଇଛି । ମନି ଲଣ୍ଡରିଂ ମାମଲା ନେଇ ଗତ ଅକ୍ଟୋବର ୧୧ ତାରଖରେ ଅନିଲ ଦେଶମୁଖଙ୍କ ନାଗପୁରସ୍ଥିତ ବାସଭବନରେ ସିବିଆଇ ଚଢାଉ କରିଥିଲା । ଏହା ସହିତ ଅନିଲଙ୍କ ପୁଅ ପାଇଁ ମଧ୍ଯ ଗିରଫ ୱାରେଣ୍ଟ ଜାରି କରିଥିଲା ।

ଇଡି ଅଫିସରେ ହାଜର ହେବା ପରେ ଏକ ଭିଡିଓ ଜାରି କରି ଅନୀଲ ଦେଶମୁଖ କହିଛନ୍ତି ଆଜି ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ନିଜକୁ ହାଜିର କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପାରମବୀର ସିଂ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଆଜି କେଉଁଠାରେ ଅଛନ୍ତି ? ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଦେଶ ଛାଡିଛନ୍ତି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ଅନୀଲ ଦେଶମୁଖ ।

ଇଡି ମନି ଲଣ୍ଡରିଂକୁ ରୋକିବା ଧାରା (PMLA) ଅନୁସାରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚଳାଇଛି । ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ସିବିଆଇ ଓ ଇଡି ।

ଗତ ମାସ ଅନିଲଙ୍କ ବାସଭବନ ସମେତ ନାଗପୁର, ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ରହୁଥିବା ଅନିଲଙ୍କ ସମ୍ପର୍କୀୟଙ୍କ ପ୍ରାୟ ୩୦ଟି ଠିକଣାରେ ଛାନଭିନ ହୋଇଥିଲା । ଯେଉଁଥିରେ ଆୟକର ବିଭାଗ ପ୍ରାୟ ୧୭ କୋଟି ଟଙ୍କା ଜବତ କରିଥିଲା । ଗତ ସେପ୍ଟେମ୍ବର ୨ ତାରିଖରେ ଦେଶମୁଖଙ୍କ ପ୍ରାଥମିକ ତଦନ୍ତ ସମ୍ବନ୍ଧୀୟ ଗୁପ୍ତ ଦଲିଲ ଲିକ୍ ଅଭିଯୋଗରେ ସିବିଆଇ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗା ଏବଂ ସିବିଆଇ ସବ୍‌-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.