ETV Bharat / bharat

Disproportionate Assets Case: ଓମପ୍ରକାଶ ଚୌଟାଲାଙ୍କୁ ୪ବର୍ଷ ଜେଲ ଦଣ୍ଡ

author img

By

Published : May 27, 2022, 2:43 PM IST

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ । ତାସହ ୫୦ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଓମପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ । ତାସହ ୫୦ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହାପୂର୍ବରୁ ମେ 21 ରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇରେ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା । ତାଙ୍କୁ ଜେବିଟି ନିଯୁକ୍ତି ସ୍କାମରେ ମଧ୍ୟ 10 ବର୍ଷ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଏକାଧିକ ସ୍କାମରେ ଜଡିତ ଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ 2010 ମସିହାରେ ଚାର୍ଜସିଟ ଦାଖଲ କରିଥିଲା ।

ଚାର୍ଜସିଟି ଅନୁଯାୟୀ 1993 ରୁ 2006 ମଧ୍ୟରେ ଚୌଟାଲା ତାଙ୍କ ଆୟଠାରୁ ପ୍ରାୟ 6 କୋଟି ଟଙ୍କା ମୂଲ୍ୟର ଅଧିକ ସମ୍ପତ୍ତି ବେଆଇନ ପ୍ରକ୍ରିୟାରେ ସଂଗ୍ରହ କରିଥିଲେ । ତେବେ 1999 ରୁ 2005 ପର୍ଯ୍ୟନ୍ତ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଓମପ୍ରକାଶ ଚୌଟାଲା । କ୍ଷମତାର ଅପବ୍ୟବହାର କରି ସେ ଏହି ସବୁ ସମ୍ପତ୍ତି ଠୁଳ କରିଥିବା କହିଥିଲା ତଦନ୍ତକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.