ETV Bharat / bharat

Disproportionate Assets case: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଦୋଷୀ ସାବ୍ୟସ୍ତ

author img

By

Published : May 21, 2022, 4:53 PM IST

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଦୌଷୀ ସାବ୍ୟସ୍ତ । ମେ’ 26 ରେ ଦଣ୍ଡ ଶୁଣାଇବେ କୋର୍ଟ । ଅଧିକ ପଢନ୍ତୁ

Disproportionate assets case: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ଦୋଷୀ ସାବ୍ୟସ୍ତ

ଚଣ୍ଡିଗଡ଼: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ । ଆଜି (ଶନିବାର) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ପରେ କୋର୍ଟ ଦୁଇ ଦିନ ପୂର୍ବେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ, ଯାହା ଆଜି ପ୍ରକାଶ ପାଇଛି । 26 ମେ’ରେ ଚୌଟାଲାଙ୍କର ଦଣ୍ଡ ବିଧାନ କରିବେ କୋର୍ଟ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇରେ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା । ତାଙ୍କୁ ଜେବିଟି ନିଯୁକ୍ତି ସ୍କାମରେ ମଧ୍ୟ 10 ବର୍ଷ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଏକାଧିକ ସ୍କାମରେ ଜଡିତ ଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ 2010 ମସିହାରେ ଚାର୍ଜସିଟ ଦାଖଲ କରିଥିଲା ।

ଚାର୍ଜସିଟି ଅନୁଯାୟୀ 1993 ରୁ 2006 ମଧ୍ୟରେ ଚୌଟାଲା ତାଙ୍କ ଆୟଠାରୁ ପ୍ରାୟ 6 କୋଟି ଟଙ୍କା ମୂଲ୍ୟର ଅଧିକ ସମ୍ପତ୍ତି ବେଆଇନ ପ୍ରକ୍ରିୟାରେ ସଂଗ୍ରହ କରିଥିଲେ । ତେବେ 1999 ରୁ 2005 ପର୍ଯ୍ୟନ୍ତ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଓମପ୍ରକାଶ ଚୌଟାଲା । କ୍ଷମତାର ଅପବ୍ୟବହାର କରି ସେ ଏହି ସବୁ ସମ୍ପତ୍ତି ଠୁଳ କରିଥିବା କହିଥିଲା ତଦନ୍ତକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.