ETV Bharat / bharat

ମେଡିକାଲ ପ୍ରଡକ୍ଟ ବିରୋଧରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହେଲେ ତେନ୍ଦୁଲକର - ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର

ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ, ଫଟୋ ଓ ଭେଏସର ଅପବ୍ୟବହାର ନେଇ ଅଭିଯୋଗ । ଏନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଅଧିକ ପଢ଼ନ୍ତୁ

କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହେଲେ ସଚିନ ତେନ୍ଦୁଲକର

author img

By

Published : May 13, 2023, 2:56 PM IST

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ, ଫଟୋ ଓ ଭେଏସର ଅପବ୍ୟବହାର ନେଇ ଅଭିଯୋଗ । ଏନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କ ନାଁ, ଫଟୋ ଓ ଭଏସ ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • Access to trustworthy products is essential. Use the platform's reporting and blocking tools to keep our communities safe. Let's be proactive in creating a safer online environment. pic.twitter.com/JZR1FZTJtj

    — Sachin Tendulkar (@sachin_rt) May 12, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଏକ ଔଷଧ କମ୍ପାନୀ ସଚିନଙ୍କ ବିନା ଅନୁମତିରେ ତାଙ୍କ ନାଁ, ଫଟୋ ଏବଂ ଭଏସ ବ୍ୟବହାର କରି ଏହାର ପ୍ରଡକ୍ଟ ଲାଇନକୁ ସପୋର୍ଟ କଲା ଭଳି ଅନ୍‌ଲାଇନ୍ ବିଜ୍ଞାପନ ଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ସଚିନ ତେନ୍ଦୁଲକର ଲିଖିତ ଅଭିଯୋଗ କରିବା ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଂସ୍ଥା SRT Sports ମ୍ୟାନଜମେଣ୍ଟ ଟିମ୍‌ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ବୟାନରେ କୁହାଯାଇଥିଲା ଯେ, ସଚିନ ତେନ୍ଦୁଲକରଙ୍କ ସହ ଜଡ଼ିତ ନଥିବା ପ୍ରଡକ୍ଟ ଓ ସେବା ଗୁଡ଼ିକ ତାଙ୍କ ଅଜାଣତରେ ସଚିନଙ୍କ ନାଁ, ଫଟୋ ଏବଂ ଭଏସ ବ୍ୟବହାର କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏସବୁ କରାଯାଉଛି । ଏହା ଆମ ନଜରକୁ ଆସିବା ପରେ ଏନେଇ ଆମେ ବିଧିବଦ୍ଧ ଭାବେ ସାଇବର ସେଲ୍‌ ବିଭାଗରେ ଅଭିଯୋଗ କରିଛୁ ଏବଂ ଏଭଳି ବ୍ରିଭାନ୍ତକାରୀ ବିଜ୍ଞାପନ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ହାଇଲାଇଟ୍ସ କରିଛୁ ।

ଏହା ମଧ୍ୟ ପଢ଼ନ୍ତୁ... IPL 2023: ଆଜି ଡବଲହେଡରରେ DC-PBKS ଓ SRH-LSG ମୁକାବିଲା

ତେବେ ଏନେଇ SRT Sportsର ଟ୍ବିଟକୁ ସଚିନ ତେନ୍ଦୁଲକର ନିଜେ ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ରିଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମୁମ୍ବାଇ ସାଇବର ସେଲରେ ରୁଜୁ ହୋଇଥିବା FIR ଅନୁସାରେ, ତେନ୍ଦୁଲକର ଏଭଳି କୌଣସି ଉତ୍ପାଦର ସମର୍ଥନ କରୁନାହାନ୍ତି । କିନ୍ତୁ ଲୋକଙ୍କୁ ଧୋକା ଦେବା ପାଇଁ ତାଙ୍କ ଫଟୋ ଓ ଭଏସର ଦୁରୁପଯୋଗ କରାଯାଉଛି । ତେବେ ଏଭଳି କାଣ୍ଡ ଭିଆଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇ ପୋଲିସର ସାଇବର ସେଲ ଆଇପିସି ଧାରା ୪୨୦, ୪୬୫ ଓ ୫୦୦ ଆଧାରରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.