ETV Bharat / bharat

BJPରେ ଯୋଗ ଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ - ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ

ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ ଆସନ୍ତା ଜୁନ ୨ ତାରିଖରେ ବିଜେପିରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

BJPରେ ଯୋଗ ଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ

author img

By

Published : May 31, 2022, 11:52 AM IST

Updated : May 31, 2022, 12:10 PM IST

ନୂଆଦିଲ୍ଲୀ: ଆସନ୍ତା ଜୁନ ୨ ତାରିଖରେ ବିଜେପିରେ ଯୋଗ ଦେବେ ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ(Hardik Patel will join BJP by June 2) । ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ପ୍ରଥମେ ବିଜେପିରେ ଯୋଗ ଦେବେ ନାହିଁ ବୋଲି କହୁଥିବା ବେଳେ ଆଜି(ମଙ୍ଗଳବାର) ଏହାକୁ ସେ ସ୍ପଷ୍ଟ କରିଛନ୍ତି ।

ହାର୍ଦ୍ଦିକ ବିଜେପିରେ ଯୋଗଦେବେ ନାହିଁ ବୋଲି କହୁଥିଲେ । ମାତ୍ର ସେ ବିଜେପିକୁ ପ୍ରଶଂସା କରୁଥିବାରୁ ଏହା ବିପରୀତ ଦିଗକୁ ଦର୍ଶାଉଥିଲା । ଅନ୍ୟପଟେ ସେ ଇସ୍ତଫା ଦେବା ପରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସକୁ ସେ ଆଣ୍ଟି-ପଟିଦାର ଓ ଆଣ୍ଟି-ଗୁଜୁରାଟ ବୋଲି କହିଥିଲେ । ଦଳର ଅନ୍ୟ ନେତାଙ୍କୁ ମଧ୍ୟ ସେ ଟାର୍ଗେଟ କରିଥିଲେ । ଗୁଜୁରାଟ କଂଗ୍ରେସ ଇନଚାର୍ଜ ରଘୁ ଶର୍ମା ଓ ପୂର୍ବତନ GPCC ସଭାପତି ଭାରତସିହ୍ନ ସୋଲାଙ୍କି ଲୋକଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତି ନାହିଁ ବୋଲି କହିଥିଲେ ।

ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ(୨୮) ୨୦୧୯ ମସିହାରୁ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ବେଳେ ଗତ ମେ ୧୮ ତାରିଖରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ 'ଟପ୍‌ ନେତା' (Top Leader) କହି ଟାର୍ଗେଟ କରିଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ ବିଜେପି ଦଳରେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ସେ ବିଜେପି କିମ୍ବା ଆପ୍‌ ଦଳରେ ସାମିଲ ହେବେ କି ନାହିଁ ତାହା ସ୍ଥିର କରିନାହାନ୍ତି ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଗତ ୩ ବର୍ଷ ସେ କଂଗ୍ରେସରେ ରହି ନିଜ ବହୁମୂଲ୍ୟ ସମୟକୁ ଅପଚୟ କରିଛନ୍ତି ।

Last Updated : May 31, 2022, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.