ETV Bharat / bharat

ପୂର୍ବତନ ମନ୍ତ୍ରୀ ବିଜେପି ନେତା ରଜିନ୍ଦରପାଲ ଭାଟିଆଙ୍କ ଆତ୍ମହତ୍ୟା - former chhattisgarh minister

ଛତିଶଗଡ ପୂର୍ବତନ ମନ୍ତ୍ରୀ ରଜିନ୍ଦରପାଲ ସିଂହ ଭାଟିଆଙ୍କ ଆତ୍ମହତ୍ୟା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଛୁରିୟା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ପୂର୍ବତନ ମନ୍ତ୍ରୀ ବିଜେପି ନେତା ରଜିନ୍ଦରପାଲ ଭାଟିଆଙ୍କ ଆତ୍ମହତ୍ୟା

author img

By

Published : Sep 19, 2021, 9:33 PM IST

ରାୟପୁର: ଛତିଶଗଡ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ରଜିନ୍ଦରପାଲ ସିଂହ ଭାଟିଆଙ୍କ ଆତ୍ମହତ୍ୟା । ଫାଶୀ ଲଗାଇ ରଜିନ୍ଦରପାଲ ସିଂହ ଆତ୍ମହତ୍ୟା କରିଥିବା ସୂଚନା ଦେଇଛି ପୋଲିସ । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଛୁରିୟା ଥାନା ଆଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ତିନିଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜିନ୍ଦରପାଲ ସିଂହ ଭାଟିଆଙ୍କ ଆତ୍ମହତ୍ୟା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିଦେଇଛି ।

ଭାଟିଆ କୋରୋନାର ଦ୍ବିତୀୟ ଲହରୀରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଦୀର୍ଘ ଦିନ ଧରି ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ । ରଜିନ୍ଦରପାଲଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇସାରିଛି । କିଛି ବର୍ଷ ପୂର୍ବେ ତାଙ୍କର ଏକମାତ୍ର ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ।

ଭାଟିଆ ଖୁଜୀ ଅଞ୍ଚଳରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ନିର୍ଦଳୀୟ ଭାବରେ ଦୁଇ ଥର ନିର୍ବାଚନ ଲଢିଥିଲେ। ହେଲେ ଉଭୟ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରମଣ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ମନ୍ତ୍ରୀ ଭାବେ ପରିବହନ ବିଭାଗର ଦାୟିତ୍ବ ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.