ETV Bharat / bharat

TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

author img

By

Published : Sep 4, 2022, 4:34 PM IST

Updated : Sep 4, 2022, 5:27 PM IST

TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ । ଅହମ୍ମଦାବାଦରୁ ମୁମ୍ବାଇ ଫେରିବାବେଳେ ଡିଭାଇଡରକୁ ଧକ୍କା ଦେଲା କାର୍‌ । କାର୍‌ରେ ଥିଲେ ମୋଟ ୪ ଜଣ । ୨ ମୃତ, ଅନ୍ୟ ଦୁଇ ଗୁରୁତର ଥିବା ନେଇ ପୋଲିସର ସୂଚନା । ଅଧିକ ପଢନ୍ତୁ

TATA ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

ମୁମ୍ବାଇ: TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୁମ୍ବାଇ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସରବରାହ ସଂସ୍ଥା PTI ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ପାଲଘର ପୋଲିସର ସୂଚନା ଅନୁସାରେ, ଏହି ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଛି । ଏକ ମର୍ସିଡିଜ କାରରେ ମିସ୍ତ୍ରୀଙ୍କ ସମେତ ମୋଟ ୪ ଜଣ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । କାର୍‌ଟି ରାସ୍ତା କଡରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା ।

ମିସ୍ତ୍ରୀଙ୍କ ସମେତ ଅନ୍ୟଜଣଙ୍କୁ ମିଶାଇ ୨ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ମୃତକଙ୍କ ସମ୍ପର୍କରେ ମଧ୍ୟ ପରିଚୟ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଅଧିକ କିଛି ଜଣାପଡିନଥିବାବେଳେ, ଭାରସାମ୍ୟ ହରାଇ ଗାଡିଟି ଡିଭାଇଡରରେ ପିଟି ହୋଇଥିବା ସନ୍ଦେହ କରାଯାଉଛି ।

  • Former chairman of Tata Sons Cyrus Mistry killed in road accident near Mumbai

    — Press Trust of India (@PTI_News) September 4, 2022 " class="align-text-top noRightClick twitterSection" data=" ">

ସାଇରସ ମିସ୍ତ୍ରୀ ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ସମୂହ ଟାଟା ସନ୍ସର ୬ଷ୍ଠ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୧୨ ଟାଟା ଗ୍ରୁପ ଅଧ୍ୟକ୍ଷ ଭାବେ ରତନ ଟାଟା ଅବସର ଗ୍ରହଣ ପରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସାଇରସ ମିସ୍ତ୍ରୀ । ପରେ ୨୦୧୬ରେ ତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲା ଟାଟା ଗ୍ରୁପ ପରିଚାଳନା ବୋର୍ଡ । ସେବେଠାରୁ ଏନ.ଚନ୍ଦ୍ରଶେଖରନ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି ।

ତେବେ ତାଙ୍କର ଆଜି ଏପରି ଅକାଳ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଏନସିପି ସାଂସଦ ସୁପ୍ରିୟା ସୋଲେ, RPG ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ପ୍ରମୁଖ ମିସ୍ତ୍ରୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Last Updated : Sep 4, 2022, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.