ETV Bharat / bharat

ବଣୁଆ ହାତୀ ସହ ସେଲ୍ଫି ନେଲେ, 20 ହଜାର ଫାଇନ ଗଣିଲେ - କର୍ଣ୍ଣାଟକ ବନ ବିଭାଗ

କାରରୁ ଓହ୍ଲାଇ ବଣୁଆ ହାତୀ ସହ ସେଲ୍ଫି ନେବା ଦୁଇ ପର୍ଯ୍ୟଟକଙ୍କୁ ପଡିଲା ମହଙ୍ଗା । 20 ହଜାର ଫାଇନ ଗଣାଇଲା ତାମିଲନାଡୁ ବନ ବିଭାଗ । ଅଧିକ ପଢନ୍ତୁ

ବଣୁଆ ହାତୀ ସହ ସେଲ୍ଫି ପଡିଲା ମହଙ୍ଗା, ପର୍ଯ୍ୟଟକଙ୍କୁ 20 ହଜାର ଫାଇନ ଗଣାଇଲା ବନ ବିଭାଗ

author img

By

Published : Jul 6, 2023, 9:02 PM IST

ଚେନ୍ନାଇ: ହାତୀ ଆକ୍ରମଣରେ ମୃତ୍ୟୁ ହେବା ଘଟଣା ପ୍ରାୟତଃ ବିଭିନ୍ନ ରାଜ୍ୟରେ ଘଟିଥିବା ଦେଖବାକୁ ମିଳିଥାଏ । ତଥାପି ଲୋକେ ସତର୍କ ହେଉନାହାନ୍ତି । ଏକ ବଣୁଆ ଦନ୍ତା ସହ ସେଲ୍ଫି ନେଲେ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ । ହେଲେ ଘଟଣା ସମ୍ପର୍କରେ ଜଣାପଡିବା ପରେ ବନ ବିଭାଗ କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । 20 ହଜାର ଟଙ୍କା ଫାଇନ ଗଣିଲେ ଏହି ସେଲ୍ଫି ପ୍ରେମୀ ଦୁଇ ପର୍ଯ୍ୟଟକ । ତାମିଲନାଡୁର ଆସାନୋର ଏକ ଘଟଣା ସାମ୍ନାକୁ ଆସିଛି ।

ଘଟଣାଟି ତାମିଲନାଡୁର ଆସାନୋର ନିକଟ ଜଙ୍ଗଲରେ ଘଟିଛି । ତେଲେଙ୍ଗାନାର ଏହି ଦୁଇ ପର୍ଯ୍ୟଟକ 42 ବର୍ଷୀୟ ଦିଲୀପ କୁମାର ଏବଂ 31 ବର୍ଷୀୟ ଶ୍ୟାମପ୍ରସାଦ ଗତକାଲି (ବୁଧବାର) ସନ୍ଧ୍ୟାରେ ବେଙ୍ଗାଲୁରୁ-ଦିଣ୍ଡିଗାଲ ଜାତୀୟ ରାଜପଥ ଦେଇ ନିଜ କାରରେ କୋଏମ୍ବାଟୁର ଯାଉଥିଲେ । ଏହି ସମୟରେ ସେମାନେ ଆସାନୋର ନିକଟରେ ଜଙ୍ଗଲିଆ ରାସ୍ତାକଡରେ ଠିଆ ହୋଇଥିବା ଏକ ବଣୁଆ ହାତୀକୁ ଦେଖିଥିଲେ । ସେମାନେ କାର ରଖି ହାତୀ ସହ ସେଲ୍ଫି ନେବାକୁ ପ୍ରୟାସ କରିଥିଲା । ହାତୀର ବେଶ ନିକଟତର ହୋଇ ସେଲ୍ଫି ନେଇଥିଲେ । ହାତୀ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଉଭୟ ପର୍ଯ୍ୟଟକ ଧାଇଁ ପଳାଇ ଜୀବନ ବଞ୍ଚାଇଥିଲେ ।

ହେଲେ ଏହା ଏକ ସଂରକ୍ଷିତ ବନାଞ୍ଚଳ ହୋଇଥିବା କାରଣରୁ ରାଜ୍ୟ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ବନ ଟିମର ନଜରକୁ ଏହି ଘଟଣା ଆସିବା ପରେ ଉଭୟ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଥିଲା । ପରେ ବନ ବିଭାଗର କର୍ମଚାରୀମାନେ ବନାରୀ ଚେକ୍ ପୋଷ୍ଟକୁ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜାତୀୟ ରାଜପଥରେ ଦାୟିତ୍ୱହୀନତା ଓ ବନ୍ୟଜନ୍ତୁଙ୍କ ସହ ଏପରି ବ୍ୟବହାର ପାଇଁ ଉଭୟଙ୍କୁ 10,000 ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଦୁଇ ପର୍ଯ୍ୟଟକ ଫାଇନ ଗଣିବା ସହ ବନ ବିଭାଗର ଚେତାବନୀ ପରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ଆସାନୁର ଜୋନାଲ ବନ ଅଧିକାରୀ ପାଣ୍ଡିରାଜନ କହିଛନ୍ତି, ଲୋକ ତଥା ପର୍ଯ୍ୟଟଙ୍କ ବେପରୁଆ ଆଚରଣ ପାଇଁ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେମାନେ ବନ୍ୟଜନ୍ତୁଙ୍କୁ ଚିଡାଇବା ସହ ନିଜ ଜୀବନକୁ ମଧ୍ଯ ବିପଦରେ ପକାଇଥିଲେ । ତେଣୁ ସେମାନଙ୍କୁ 10 ହଜାର ଲେଖାଏଁ ଫାଇନ ସହ ଚେତାବନୀ ଦିଆଯାଇ ଛଡାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.