ETV Bharat / bharat

ଫାଇଜର ଓ ମୋଡେର୍ଣ୍ଣାର ଭାରତ ଆସିବା ରାସ୍ତା ସଫା, ହେବନାହିଁ ଟ୍ରାଏଲ

author img

By

Published : Jun 2, 2021, 4:00 PM IST

Updated : Jun 2, 2021, 4:57 PM IST

ଫାଇଜର ଓ ମୋଡେର୍ଣ୍ଣା କମ୍ପାନୀର ଭ୍ୟାକ୍ସିନକୁ ଲୋକାଲ ଟ୍ରାଏଲ ଦେଇ ଗତି କରିବାକୁ ପଡିବ ନାହିଁ । ଭାରତ ଆସିବାର ରାସ୍ତା ହେଲା ସଫା । ଅଧିକ ପଢନ୍ତୁ...

ଫାଇଜର ଓ ମୋଡର୍ଣ୍ଣାର ଭାରତ ଆସିବା ରାସ୍ତା ସଫା, ହେବନାହିଁ ଟ୍ରାଏଲ

ନୂଆଦିଲ୍ଲୀ: ଫାଇଜର ଓ ମୋଡର୍ଣ୍ଣା ଭଳି ଭ୍ୟାକ୍ସିନର ଭାରତ ଆସିବାର ରାସ୍ତା ସଫା ହୋଇଛି । ଦୁଇଟି କମ୍ପାନୀର ଭ୍ୟାକ୍ସିନକୁ ଲୋକାଲ ଟ୍ରାଏଲ ଦେଇ ଗତି କରିବାକୁ ପଡିବ ନାହିଁ । ଡ୍ରଗ୍ସ କଣ୍ଟ୍ରୋଲ ଅଫ ଇଣ୍ଡିଆ(ଡିସିଜିଆଇ) ଫାଇଜର ଓ ମୋଡର୍ଣ୍ଣା ଭଳି ବିଦେଶୀ କମ୍ପାନୀ ଉପରେ ଟ୍ରାଏଲ କରିବାର ସର୍ତ୍ତ ଉଠାଇ ଦେଇଛି ।

ଯଦି କୌଣସି ବିଦେଶୀ ଭ୍ୟାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆମେରିକା ଏଫଡିଏରୁ ଜରୁରୀକାଳୀନ ବ୍ୟବହାରର ମଞ୍ଜୁରୀ ମିଳିସାରିଥାଏ, ତାହେଲେ ଭାରତରେ ଆଉ ଟ୍ରାଏଲର ଜରୁରୀ ପଡିବ ନାହିଁ ।

ଡିସିଜିଆଇ ଏକ ଚିଠିରେ କହିଛି, ବିଦେଶୀ କମ୍ପାନୀ ପାଇଁ ପୋଷ୍ଟ ଲଞ୍ଚ ବ୍ରିଜିଙ୍ଗ ଟ୍ରାଏଲ କରିବା ଓ ଭାରତରେ ନିଜ ଟିକାର ଗୁଣବତ୍ତାର ପରୀକ୍ଷଣ କରିବାର ଆବଶ୍ୟକତାକୁ ଶେଷ କରିଦେଇଛି । ଡିଜିସିଆଇ ମୁଖ୍ୟ ଭିଜି ସୋମାନୀ କହିଛନ୍ତି, ଏହି ନିଷ୍ପତ୍ତି ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ଓ ଟିକାର ଉପଲବ୍ଧତା ବଢାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ନିଆଯାଇଛି ।

ଡିସିଜିଆଇ କହିଛି ଜରୁରୀକାଳୀନ ସ୍ଥିତିରେ ସୀମିତ ବ୍ୟବହାର ପାଇଁ ଭାରତରେ ଟିକାର ସ୍ବୀକୃତି ଦିଆଯିବାର ନିଷ୍ପତ୍ତି ନିଆଯାଏ । ଏଭଳି ଟିକାକୁ ମଞ୍ଜୁରୀ ଦିଆଯାଏ, ଯାହା ଆମେରିକା ଏଫଡିଏ, ଇଏମଏ, ୟୁକେ ଏମଏଚଆରଏ, ପିଏମଡିଏ ଜାପାନ ଦ୍ବାରା ସ୍ବୀକୃତ କିମ୍ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ସୂଚୀରେ ସୂଚୀବଦ୍ଧ ହୋଇଥାଏ ।

Last Updated : Jun 2, 2021, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.