ETV Bharat / bharat

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ - ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ

ଆଜି ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଫୋକସରେ ରହିବ ୟୁକ୍ରେନ ସମସ୍ୟା । ଗତ ସପ୍ତାହରେ ଆସିଥିଲେ ଚୀନ ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ ଦୁଇ ଦିନିଆ  ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ

author img

By

Published : Mar 30, 2022, 4:10 PM IST

Updated : Mar 31, 2022, 9:55 AM IST

ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ । ଋଷର ୟୁକ୍ରେନ ଆକ୍ରମଣ ପରେ ମକ୍ସୋ ପକ୍ଷରୁୁ ନୂଆଦିଲ୍ଲୀକୁ ଏହା ପ୍ରଥମ ଶୀର୍ଷସ୍ତରୀୟ ଗସ୍ତ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସର୍ଗେଇଙ୍କର ଏହି ଗସ୍ତରେ ୟୁକ୍ରେନ ପ୍ରସଙ୍ଗ ସମତେ ଅନ୍ୟ କିଛି ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିିଛି । କ୍ରମାଗତ ୟୁରୋପୀୟ ଦେଶଙ୍କ ଠାରୁ ଚାପ ବଢିବାରେ ଲାଗିଥିବା ବେଳେ ୟୁକ୍ରେନ ପ୍ରସଙ୍ଗକୁ ହିଁ ଏହି ଗସ୍ତରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

  • Foreign Minister of the Russian Federation, Sergey Lavrov will pay an official visit to New Delhi on 31 March -1 April 2022: Ministry of External Affairs

    — ANI (@ANI) March 30, 2022 " class="align-text-top noRightClick twitterSection" data=" ">

ଗତ ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇଙ୍କ ଭାରତ ଗସ୍ତ ପରେ ଋଷ ବିଦେଶ ମନ୍ତ୍ରୀ ମଧ୍ୟ ଭାରତ ଆସୁଛନ୍ତି । ୟୁକ୍ରେନ ଯୁଦ୍ଧରେ ଋଷ ଉପରେ ଚାପ ବଢିବାରେ ଲାଗିଛି । ଏକାଧିକ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ଉପରେ ଅର୍ଥନୈତିକ କଟକଣା ଲାଗୁ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ କ୍ରମାଗତ ଚାପ ପକାଇବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ ଏସିଆର ଦୁଇ ବୃହତ ଶକ୍ତିଶାଳୀ ଚୀନ ଓ ଭାରତ ଋଷର ଆକ୍ରମଣକୁ ସିଧାସଳଖ ନିନ୍ଦା କରିନାହାନ୍ତି । ଭାରତ ଋଷ ଠାରୁ ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ ଜାରି ରଖିବା ନେଇ ମଧ୍ୟ ସ୍ପଷ୍ଟ କରିସାରିଛି ।

ସ୍ବାଧୀନତା ପର ଠାରୁ ଭାରତର ଦୀର୍ଘକାଳୀନ ଏବଂ ବିଶ୍ବସ୍ତ ବନ୍ଧୁ ରାଷ୍ଟ୍ର ଭାବେ ରହିଆସିଥିବା ଋଷ ଠାରୁ ଭାରତ ପ୍ରତିରକ୍ଷା ସାମଗ୍ରୀ ସମେତ ଅନ୍ୟ କିଛି ସମଗ୍ରୀ ମଧ୍ୟ ଆମଦାନି କରିଥାଏ । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ଥିବା କାରଣରୁ ଭାରତ ଋଷର ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ କରି ନଥିବାବେଳେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇ ଆସିଛି ।

ଆକ୍ରମଣ ଆରମ୍ଭ ହେବା ଠାରୁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଥର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହେବା ସହ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଆସିଛନ୍ତି । ପଶ୍ଚିମ ସମେତ ଅନ୍ୟ କିଛି ଦେଶଙ୍କ ଠାରୁ ଋଷ ପ୍ରତି ଚାପ ବଢୁଥିବାବେଳେ ଏପରି ସମୟରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେସ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2022, 9:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.