ETV Bharat / bharat

ଜାମ୍ମୁ-କାଶ୍ମୀରରେ ବିଦେଶୀ ପ୍ରତିନିଧି ଦଳ, ବନ୍ଦ ପାଳନ କରୁଛି ଶ୍ରୀନଗର - Foreign delegation's J&K visit

ଆଜି(ବୁଧବାର) ଶ୍ରୀନଗରରେ ପହଞ୍ଚିଛନ୍ତି ବୈଦେଶିକ ରାଷ୍ଟ୍ରଦୂତଙ୍କ ଏକ ପ୍ରତିନିଧି ଦଳ । ଏନେଇ ଶ୍ରୀନଗରରେ ବନ୍ଦ ପାଳନ ହେଉଥିବାରୁ ପ୍ରଭାବିତ ହୋଇଛି ସାଧାରଣ ଜନ ଜୀବନ । ଅଧିକ ପଢନ୍ତୁ...

ବନ୍ଦ ପାଳନ କରୁଛି ଶ୍ରୀନଗର
ବନ୍ଦ ପାଳନ କରୁଛି ଶ୍ରୀନଗର
author img

By

Published : Feb 17, 2021, 2:22 PM IST

ଶ୍ରୀନଗର: ଆଜି(ବୁଧବାର) ଶ୍ରୀନଗରରେ ପହଞ୍ଚିଛନ୍ତି ବୈଦେଶିକ ରାଷ୍ଟ୍ରଦୂତଙ୍କ ଏକ ପ୍ରତିନିଧି ଦଳ । ଏନେଇ ଶ୍ରୀନଗରରେ ବନ୍ଦ ପାଳନ ହେଉଥିବାରୁ ପ୍ରଭାବିତ ହୋଇଛି ସାଧାରଣ ଜନ ଜୀବନ । କୌଣସି ରାଜନୈତିକ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇ ନାହିଁ ତଥାପି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କାରଣ ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରଚାର କରାଯାଇଥିଲା । ବିଦେଶୀ ପ୍ରତିନିଧିଙ୍କ ଗସ୍ତକୁ ନେଇ ଏପରି ପ୍ରଚାର କରାଯାଇଥିଲା ।

କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶ କାର୍ଯ୍ୟର ସମୀକ୍ଷା କରିବା ପାଇଁ ପ୍ରତିନିଧି ଦଳ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି । ବିଦେଶୀ ପ୍ରତିନିଧି ଜାମ୍ମୁ କାଶ୍ମୀରରେ 2 ଦିନିଆ ଗସ୍ତରେ ଅଛନ୍ତି । ଫେବୃଆରୀ 18ରେ ଏହି ପ୍ରତିନିଧି ଦଳ ଜାମ୍ମୁ ଗସ୍ତ କରିବେ । ପ୍ରାୟ 20 ଜଣ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିଥିବା ପ୍ରତିନିଧି ଦଳ ନିକଟରେ ନିର୍ବାଚିତ DDC ସଦସ୍ୟ, ରାଜନେତା ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଯୋଗାଯୋଗ କରିବେ ।

ଡିସେମ୍ବରରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ DDC ନିର୍ବାଚନ ଅନୁଷ୍ଠିତ ହେବା ପରେ ଏହି ପ୍ରତିନିଧୀ ଦଳ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ତେବେ ଦୀର୍ଘ 18 ମାସ ପରେ ଜାମ୍ମୁ-କାଶ୍ମୀରରେ 4G ଇଣ୍ଟରନେଟ ସେବାକୁ ପୁନଃସ୍ଥାପିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.