ETV Bharat / bharat

ପାୱାର ବ୍ୟାଙ୍କରେ ରଖି ଚାଲାଣ ହେଉଥିଲା ବିଦେଶୀ ମୁଦ୍ରା, କାବୁ କଲା ପୋଲିସ

author img

By

Published : Jan 10, 2021, 2:13 PM IST

ଚେନ୍ନାଇ ବିମାନବନ୍ଦରରୁ ଏକ କୋଟି ମୂଳ୍ୟର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

ଏକ କୋଟି ମୂଳ୍ୟର ବିଦେଶୀ ମୁୁଦ୍ରା
ଏକ କୋଟି ମୂଳ୍ୟର ବିଦେଶୀ ମୁୁଦ୍ରା

ଚେନ୍ନାଇ: କଷ୍ଟମ ବିଭାଗକୁ ସଫଳତା । ଚେନ୍ନାଇ ବିମାନ ବନ୍ଦରରେ ଏକ କୋଟି ମୂଲ୍ୟ ବିଦେଶୀ ମୁଦ୍ରା ସହିତ ଜଣଙ୍କୁ ଗିରଫ କରିଛି କଷ୍ଟମ ବିଭାଗ ।

ସୂଚନାଅନୁସାରେ, ଶନିବାର ଦୁବାଇରୁ ଛଅ ଜଣ ଯାତ୍ରୀ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା । ତଲାସି ସମୟରେ ତାଙ୍କ ଠାରୁ ବିଦେଶୀ ମୁଦ୍ରା ଜବତ ହୋଇଛି । ବିଦେଶୀ ମୁଦ୍ରା ପାୱାର ବ୍ୟାଙ୍କରେ ରଖି ଚାଲାଣ ହେଉଥିବା ଜଣାପଡିଛି ।

ଜବତ ହୋଇଥିବା ମୁଦ୍ରାର ମୂଲ୍ୟ 1କୋଟିରୁ ଅଧିକ ହେବ ବୋଲି କହିଛି କଷ୍ଟମ ବିଭାଗ । ଘଟଣାରେ ଛଅ ଜଣଙ୍କ ମଧ୍ୟରୁ ଅନସାରି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ପାଞ୍ଚଜଣ ହେଲେ ମନସୁର ଅଲ୍ଲୀ ଖାନ,ୟାକଲିକ,ମହମ୍ମଦ ହୁସେନ,ୟୁସୁଫ ଓ ଅବଦୁଲ ରେହେମାନ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.