ETV Bharat / bharat

ରାଷ୍ଟ୍ରପତି ନିର୍ବାଚନ: ୯୦ ଦଶକ ପରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର

୯୦ ଦଶକ ପରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର । ୨୦୧୮ ପରଠାରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଚାଲିଛି । ଏହି ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହେବା ପରେ ଏଠାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ଅଛି ।ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ: ୯୦ ଦଶକ ପରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର
ରାଷ୍ଟ୍ରପତି ନିର୍ବାଚନ: ୯୦ ଦଶକ ପରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର
author img

By

Published : Jun 11, 2022, 2:36 PM IST

ଶ୍ରୀନଗର: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ହେଲେ ନୂଆ ରାଷ୍ଟ୍ରପତି ବାଛିବା ପାଇଁ ନିର୍ବାଚନରେ ମତଦାନ କରିପାରିବ ନାହିଁ ଜାମ୍ମୁ-କାଶ୍ମୀର । ନିର୍ବାଚିତ ସରକାର ନଥିବା ଯୋଗୁଁ ୯୦ ଦଶକ ପରେ ଦ୍ବିତୀୟ ଥର ଜାମ୍ମୁ-କାଶ୍ମୀର ମତଦାନରୁ ବଞ୍ଚିତ ରହିବ । ୧୯୯୦ ରୁ ୧୯୯୬ ଯାଏଁ ୬ ବର୍ଷ ଧରି ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଯେଉଁ କାରଣରୁ ୧୯୯୨ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ କୌଣସି ନିର୍ବାଚିତ ବିଧାୟକ ନଥିବା ଯୋଗୁଁ ମତଦାନ କରିପାରିନଥିଲା ଜାମ୍ମୁ-କାଶ୍ମୀର ।

୨୦୧୮ ପରଠାରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଚାଲିଛି । ଏହି ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହେବା ପରେ ଏଠାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ଅଛି । ବର୍ତ୍ତମାନ ଜାମ୍ମୁ-କାଶ୍ମୀରର କେବଳ ୫ ଜଣ ନିର୍ବାଚିତ ସାଂସଦ ହିଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସାଂସଦ ଶାସକ ଦଳର ହୋଇଥିବା ବେଳେ ଅନ୍ୟ ତିନି ଜଣ ନ୍ୟାସନାଲ କନଫରେନ୍ସର ଅଟନ୍ତି । ସମସ୍ତ ୫ ସାଂସଦ ନୂଆଦିଲ୍ଲୀରେ ସଂସଦ ଭବନରେ ନିଜର ଭୋଟ ଦେବେ ।

ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ କନଫରେନ୍ସ(NC) ଏ ଯାଏଁ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରିନାହିଁ । କିନ୍ତୁ ଏହା ବିରୋଧି ସମର୍ଥିତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ NC ବିରୋଧି ୟୁପିଏ(UPA) ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା, ଯେତେବେଳେ କି ପିଡିପି(PDP) ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନିଜ ସମର୍ଥନ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.