ନୂଆଦିଲ୍ଲୀ: ସାଂସଦଙ୍କ ଉପରେ ମହଙ୍ଗା ମାଡ । ଏବେ ସଂସଦର କ୍ୟାଣ୍ଟିନରେ ଖାଇବାକୁ ହେଲେ ସାଂସଦଙ୍କୁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା । କାରଣ ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି ଖାଦ୍ୟ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।
ବାଚସ୍ପତି ଓମ ବିର୍ଲା କହିଛନ୍ତି, ସାଂସଦ ଓ ଅନ୍ୟମାନଙ୍କୁ ସଂସଦର କ୍ୟାଣ୍ଟିନରେ ମିଳୁଥିବା ଭୋଜନର ସବସଡି ଉପରେ ରୋକ ଲଗାଇ ଦିଆଯାଇଛି । ସେ କହିଛନ୍ତି ସଂସଦର କ୍ୟାଣ୍ଟିନକୁ ଏବେ ଆଇଟିଡିସି(ଇଣ୍ଡିଆନ ଟୁରିଜିମ ଡେଭଲପଣ୍ଟ କର୍ପୋରେସନ) ଚଳାଇବ । ଏହାପୂର୍ବରୁ ଉତ୍ତର ରେଳବାଇ ହାତରେ ଏହି ଦାୟିତ୍ବ ରହିଥିଲା ।
ସବସିଡି ଆଧାରରେ ସଂସଦର କ୍ୟାଣ୍ଟିନରେ ପ୍ରତ୍ୟେକ ଥାଳିର ମୂଲ୍ୟ 35 ଟଙ୍କା ରହିଥିଲା । ସୂଚନା ଅନୁଯାୟୀ ସବସିଡି ଉପରେ ରୋକ ଲାଗିବା ପରେ ଲୋକସଭା ସଚିବାଳାୟରେ ବାର୍ଷିକ 8 କୋଟି ଟଙ୍କା ବଞ୍ଚିବ ।