ETV Bharat / bharat

ସେଲଫି ନେଲାବେଳେ ଡ୍ୟାମରେ ପଡିଗଲା ଦାମୀ ଫୋନ, ୨୧ ଲକ୍ଷ ଲିଟର ପାଣି ଖାଲି ଶୁଖାଇଦେଲେ ସରକାରୀ ବାବୁ

ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଲକ୍ଷେ ଟଙ୍କାର ଦାମୀ ଫୋନ ପାଇଁ ଡ୍ୟାମରୁ ୨୧ ଲକ୍ଷ ଲିଟର ପାଣି ଖାଲି କରିଦେଲେ ଖାଦ୍ୟ ନିରୀକ୍ଷକ । ଅଧିକ ପଢ଼ନ୍ତୁ

officer wasting water to find mobile phone
ଲକ୍ଷେ ଟଙ୍କିଆ ଫୋନ ପାଇଁ ୨୧ ଲକ୍ଷ ଲିଟର ପାଣି ନଷ୍ଟ
author img

By

Published : May 26, 2023, 6:44 PM IST

ରାୟପୁର: ଦାମୀ ଫୋନ ପାଇଁ ଡ୍ୟାମ ଶୁଖାଇଦେଲେ ସରକାରୀ ବାବୁ । ଲଗାତାର ଚାରି ଦିନ ଧରି ପମ୍ପ ଲଗାଇ ୨୧ ଲକ୍ଷ ଲିଟର ପାଣି ଖାଲି କରିଦେଲେ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସଙ୍କ ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଏସଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସ ସାଙ୍ଗମାନଙ୍କ ସହିତ ପଙ୍ଖାଜୁରରେ ଥିବା ପରଲକୋଟ ଡ୍ୟାମ ନିକଟକୁ ଭୋଜି କରିବା ପାଇଁ ଯାଇଥିଲେ । ସେଠାରେ ସେଲଫି ନେଲାବେଳେ ଅସାବଧାନତା ବସତଃ ତାଙ୍କ ହାତରୁ ଫୋନ ଖସି ପାଣିରେ ପଡ଼ିଯାଇଥିଲା । ତେବେ ଫୋନର ଦାମ ୧ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ତେଣୁ ଫୋନକୁ ଖୋଜିବା ପାଇଁ ପ୍ରାୟ ଚାରିଦିନ ଧରି ଆଭିଯାନ ଜାରି ରହିଲା । ଫୋନ ଖୋଜିବା ପାଇଁ ଅଧିକାରୀ ଜଣକ ପ୍ରଥମେ ସ୍ଥାନୀୟ ବୁଡାଳିଙ୍କ ସାହାଯ୍ୟ ନେଇଥିଲେ । ମାତ୍ର ଫୋନ ନମିଳିବାରୁ ପାଣି ଖାଲି କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ୩୦ ଏଚପିର ପମ୍ପ୍‌ ବ୍ୟବହାର କରି ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରିଥିଲେ । ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହକାରେ ନେଇଥିଲେ । ବିନା ଅନୁମତିରେ ଡ୍ୟାମ୍‌ରୁ ୪୧୧୦୪ କ୍ୟୁସେକ୍‌ ପାଣି ନଷ୍ଟ କରିବା ଏବଂ ସିଭିଲ ସର୍ଭିସ ଆଚରଣ ନିୟମର ଉଲଂଘନ କରିବା ଅଭିଯୋଗରେ କାଙ୍କେର ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ଡ୍ୟାମରୁ ପାଣି ଶୁଖାଇବା ପାଇଁ ଜଳ ସମ୍ପଦ ବିଭାଗ ଏସଡିପିଓ ମୌଖିକ ଭାବେ ଦେଇଥିବା ଅନୁମତି ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିି ।

ଏନେଇ କାଙ୍କେର ଜିଲ୍ଲାପାଳ କହିଛନ୍ତି, "ଖାଦ୍ୟ ନିରୀକ୍ଷକଙ୍କ ଫୋନ୍‌ ଖସିପଡ଼ିବାରୁ ସେ ଡ୍ୟାମ୍‌ରୁ ପାଣି ଖାଲି କରି ଦେଇଛନ୍ତି । ଘଟଣା ଜଣା ପଡ଼ିବା ବେଳେ ରାତି ହୋଇଯାଇଥିବା ହେତୁ ଯାଞ୍ଚ ପାଇଁ ଟିମ୍‌ ପଠା ଯାଇନଥିଲା । ଆଜି ସକାଳେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏସ୍‌ଡିଏମ୍‌ ରିପୋର୍ଟ ଆଧାରରେ ଖାଦ୍ୟ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ପ୍ରସଙ୍ଗରେ ଜଳ ସମ୍ପଦ ବିଭାଗର ଏସ୍‌ଡିଓଙ୍କ ଅବହେଳା ଜଣାପଡ଼ିଛି । ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଳ ସମ୍ପଦ ବିଭାଗକୁ ଚିଠି ଲେଖାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.