ETV Bharat / bharat

Budget Session: ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ, ୯% ଛୁଇଁବ ଅଭିବୃଦ୍ଧି ହାର - ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ଆରମ୍ଭ ହୋଇଛି ବଜେଟ ଅଧିବେଶନ। ପ୍ରଥମ ଦିନରେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ

author img

By

Published : Jan 31, 2022, 1:37 PM IST

Updated : Jan 31, 2022, 2:48 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବଜେଟ ଅଧିବେଶନ। ପ୍ରଥମ ଦିନରେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ରେ ୮ରୁ ୮.୫ ପ୍ରତିଶତ ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ରେ ଅଭିବୃଦ୍ଧି ୯.୨ ପ୍ରତିଶତ ରହିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସମୁଦାୟ ସରକାରୀ ଖର୍ଚ୍ଚରୁ 2021-22 ମସିହାରେ ମୋଟ ବ୍ୟବହାର 7.0 ପ୍ରତିଶତ ବୃଦ୍ଧି ପାଇଥିବା ଆକଳନ କରାଯାଇଛି । ବର୍ଷ 2021-22 ରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକ 3.9 ପ୍ରତିଶତ ବୃଦ୍ଧି ସହ ଶିଳ୍ପ କ୍ଷେତ୍ରରେ ୧୧.୮ ପ୍ରତିଶତ ରହିବା ନେଇ ଆଶା କରାଯାଉଛି । ସର୍ଭେରେ କୁହାଯାଇଛି ଯେ ସରକାରଙ୍କ ଆୟରେ ଦ୍ରୁତ ଗତିରେ ଉନ୍ନତି ହୋଇଛି। ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ବେଶ ଭଲ ହୋଇଛି ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ କିସ୍ତି ପାଇଁ ଅଗ୍ରୀମ ଟିକସ ସଂଗ୍ରହ ୫୩.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୬୦ ପ୍ରତିଶତରୁ ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଇଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୭.୩ ପ୍ରତିଶତ ହ୍ରାସ ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି । ଦେଶର ଷ୍ଟାଟ-ଅପ୍ କ୍ଷେତ୍ରରେ ସାମାନ୍ୟ ଅଭିବୃଦ୍ଧି ହୋଇଛି । ୨୦୧୬-୧୭ ବର୍ଷରେ ଷ୍ଟାଟ-ଅପ୍ ସଂଖ୍ୟା ମାତ୍ର ୭୩୩ ଥିବା ବେଳେ ୨୦୨୧-୨୨ରେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି । ସେହପରି ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ 8.2 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ ହୋଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ଆସନ୍ତାକାଲି ଯାଏଁ ଲୋକସଭା ମୁଲତବୀ ରହିଛି ।

ଅର୍ଥନୈତିକ ସର୍ଭେ 2021-22ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସ୍ଥିତି ସହିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସଂସ୍କାର ବିଷୟରେ ବିସ୍ତୃତ ବିବରଣୀ ଦେଇଥାଏ । ଭାରତୀୟ ଅର୍ଥନୀତିର ସ୍ଥିରତାକୁ ସୁଦୃଢ କରିବା ପାଇଁ ଏହି ସର୍ଭେ ଉପରେ ଧ୍ୟାନ ଦିଆଯାଏ । ଅର୍ଥନୈତିକ ସର୍ଭେ ସାଧାରଣତଃ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଏଏ) ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତ ହୋଇଥାଏ । ଚଳିତ ବର୍ଷ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନେତୃତ୍ୱରେ ଏକ ଦଳ ଦ୍ୱାରା ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି ।

ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ରହିଛି । ଏକ ମାସରେ ବିରତି ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି ।

Last Updated : Jan 31, 2022, 2:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.