ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଆକାଶରେ କୌଣସି ବୈଦ୍ୟୁତିକ ଉପକରଣ ଉଡିବା ଉପରେ ରୋକ୍ ଲଗାଯାଇଛି । ତେବେ ଆତଙ୍କବାଦୀ ଆକ୍ରମଣ ତଥା ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଗଷ୍ଟ 15 ରେ ଦିଲ୍ଲୀ ଆକାଶରେ ପାରାଗ୍ଲାଇଡ, UAVs, UASs, ମାଇକ୍ରୋଲାଇଟ ଏୟାରକ୍ରାଫ୍ଟ ଏବଂ ହଟ୍ ବେଲୁନ୍ ଉଡାଣ ଉପରେ ରୋକ ଲଗାଯାଇଛି ।
ଆଜି(ଶୁକ୍ରବାର) ଠାରୁ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଏହି କଟକଣା ଜାରିରହିବ । ଦିଲ୍ଲୀ ପୋଲିସ କମିଶନର ବାଲାଜୀ ଶ୍ରୀବାସ୍ତବଙ୍କ ଦ୍ବାରା ଜାରି କରାଯାଇଥିବା ଏହି କଟକଣା 32 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ମାନିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଜନତା, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
@ANI