ETV Bharat / bharat

ଆଜି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ INDIA ମେଣ୍ଟର ଫ୍ଲୋର ଲିଡର୍‌

author img

By

Published : Jul 25, 2023, 6:36 AM IST

ଆଜି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ I.N.D.I.A ମେଣ୍ଟର ଫ୍ଲୋର ଲିଡର । ପ୍ରଥମ ଦିନରୁ ମଣିପୁର ହିଂସା ପ୍ରସଙ୍ଗରେ ସଂସଦ ଅଚଳ । ଅଧିକ ପଢନ୍ତୁ

କାଲି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ I.N.D.I.A ମେଣ୍ଟର ଫ୍ଲୋର ଲିଡର

ନୂଆଦିଲ୍ଲୀ: ନବଗଠିତ ବିରୋଧୀ ମିଳିତ ମଞ୍ଚ ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ (ଇଣ୍ଡିଆ)ର ଫ୍ଲୋର ଲିଡରମାନେ ଆଜି (ମଙ୍ଗଳବାର) ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ମୁଖ୍ୟ ବରୋଧୀ ଦଳ କଂଗ୍ରେସର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିବେ । ସଂସଦ ଭବନ ପରିସରରେ ଥିବା ଖଡଗେଙ୍କ କାର୍ଯ୍ୟାଳୟରେ ଏହି ସାକ୍ଷାତକାର ହେବାକୁ ଥିବା ବେଳେ ଏଥିରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବକୁ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆଜି(ମଙ୍ଗଳବାର) ସକାଳ 10 ଟା ସମୟରେ ବିରୋଧୀ ଫ୍ଲୋର ଲିଡରମାନେ ଖଡଗେ ବାସଭବନରେ ଏକାଠି ହେବାର ସୂଚନା ମିଳିଛି ।

ଆଜି ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ହୋହାଲ୍ଲା କରିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ କ୍ରମାଗତ ତୃତୀୟ ଦିନ ପାଇଁ ମଧ୍ୟ ମୁଲତବୀ ରଖାଯାଇଥିଲା । ଗୁରୁବାର(20 ତାରିଖ)ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରୁ ଆରମ୍ଭରୁ ଅଚଳ ହୋଇପଡିଛି । ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିବାକୁ ଯାଉଥିବା ବେଳେ ପ୍ରଥମ ଦିନରୁ ମଣିପୁର ତାତିରେ ଉଭୟ ଗୃହରେ ହଟ୍ଟଗୋଳ ଓ କ୍ରମାଗତ ମୁଲତବୀ ଲାଗି ରହିଛି । ଗୃହରେ ଚର୍ଚ୍ଚା ପାଇଁ ସରକାର ରାଜି ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟ କରିସାରିଥିଲେ ସୁଦ୍ଧା ବିରୋଧୀ ସିଧା ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ହଟ୍ଟଗୋଳ ଜାରି ରଖିଛନ୍ତି । ଆସନ୍ତାକାଲି ଖଡେଗଙ୍କ ଅଧ୍ୟକ୍ଷତାରେ ଏକାଠି ହେବାକୁ ଥିବା ଇଣ୍ଡିଆ ମେଣ୍ଟର ନେତାମାନେ ମଧ୍ୟ ଗୃହରେ ସରକାରଙ୍କୁ ଘେରିବା ଉପରେ ଆଲୋଚନା କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ:-Monsoon session: କାଲି ଯାଏଁ ରାଜ୍ୟସଭା ମୁଲତବୀ, ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା

ଅନ୍ୟପଟେ ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ନାରାବାଜୀ ପରେ ଗୃହର ସଭାପତି ତଥା ରାଷ୍ଟ୍ରପତି ଜଗଦୀପ ଧନଖଡ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ଗୃହ ପରିଚାଳନା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହ ସଭାପତିଙ୍କ ଚେତାବନୀକୁ ବାରମ୍ବାର ଉଲଙ୍ଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହାକୁ ବିରୋଧ କରି ଆଜି କିଛି ବିରୋଧୀ ନେତା ସଂସଦ ପରିସରରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ସେମାନେ ସାରା ରାତି ଏହି ଆନ୍ଦୋଳନ ଜାରି ରଖିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.