ETV Bharat / bharat

Haryana: ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ ! ଭାଇରାଲ ହେଉଛି ଭିଡିଓ - ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ

ହରିୟାଣାରେ ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ । ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଉତ୍ତେଜନା । ଅଧିକ ପଢନ୍ତୁ

Haryana: ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ ! ଭାଇରାଲ ହେଉଛି ଭିଡିଓ

author img

By

Published : Jul 12, 2023, 11:02 PM IST

ଚଣ୍ଡିଗଡ: ହରିୟାଣାରେ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବନ୍ୟା ବିପନ୍ନଙ୍କ କ୍ରୋଧର ଶିକାର ହୋଇଛନ୍ତି ବିଧାୟକ । ଜନନାୟକ ଜନତା ପାର୍ଟି (ଜେଜେପି) ବିଧାୟକ ଇଶ୍ୱର ସିଂଙ୍କୁ ଆଜି (ବୁଧବାର) ଜଣେ ମହିଳା ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଚାପୁଡ଼ା ମାରିଥିଲେ । ବିଧାୟକଙ୍କ ସହ ଯୁକ୍ତିତର୍କ ହେବା ପରେ ମହିଳାଜଣଙ୍କ ଉତ୍ୟକ୍ତ ହୋଇ ଚାପୁଡା ମାରିଥିବାର ଭିଡିଓ ଭାଇରାଲ ହୋଇଛି ।

ଘାଗର ନଦୀରେ ବନ୍ୟା ହେତୁ କୌଥଲ ଜିଲ୍ଲାର ଗୁଲା ସଭାର ଅନେକ ଗାଁ ପ୍ରଭାବିତ ହୋଇଛି । ବିଧାୟକ ଇଶ୍ୱର ସିଂ ଚେକା ଆଜି ଭାଟିଆ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଗାଁର ଲୋକମାନେ ତାଙ୍କୁ ଦେଖି କ୍ରୋଧିତ ହୋଇଉଠିଥିଲେ । ସେ କାହିଁକି ଏଠାକୁ ଆସିଛନ୍ତି ବୋଲି ଗ୍ରାମବାସୀ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । ଗ୍ରାମବାସୀ ଓ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଣେ ମହିଳା ବିଧାୟକଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିଥିଲେ । ଉପସ୍ଥିତ ଥିବା ବିଧାୟକଙ୍କ ପିଏସଓ ତାଙ୍କୁ ସୁରକ୍ଷା ଦେବା ସହ ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କୁ କାବୁ କରିଥିଲେ । ଏଠାରେ ଉଲ୍ଲେଖ ଜରୁରୀ ଯେ ଜନନାୟକ ଜନତା ପାର୍ଟି ମନୋହର ଲାଲ ଖଟ୍ଟର ସରକାରରେ ଜେଜେପି ଏକ ସହଯୋଗୀ ଦଳ ଭାବେ ରହିଛି ।

ଘଟଣା ପରେ ବିଧାୟକ ଇଶ୍ୱର ସିଂଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ସେ ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଯାଇଥିଲେ । କିନ୍ତୁ କିଛି ଲୋକ ତାଙ୍କ ଗସ୍ତକୁ ବିରୋଧ କରିବାକୁ ଲାଗିଲେ । ଏପରି ସ୍ଥିତିରେ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଥିଲ । ହେଲେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ମହିଳାଙ୍କୁ କ୍ଷମା କରିଦେଇଛନ୍ତି । ସେ କୌଣସି ପୋଲିସ ଅଭିଯୋଗ ମଧ୍ୟ କରିବେ ନାହିଁ । ବନ୍ୟା ସ୍ଥିତିରେ ସେମାନେ ସମସ୍ୟାରେ ଥିବାରୁ କ୍ରୋଧିତ ହୋଇ ଏପରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Watch: ହିମାଚଳରେ ବନ୍ୟା ସ୍ଥିତି ସାଂଘାତିକ, କୁଲୁ-ମନାଲି ଯୋଗାଯୋଗ ବିଚ୍ଛିନ୍ନ

ଅନ୍ୟପଟେ ସ୍ଥାନୀୟ ପୋଲିସ ଅଧୀକ୍ଷକ ଅଭିଷେକ ଜୋରୱାଲ କହିଛନ୍ତି ଯେ ଏହି ଘଟଣା ଭାଟିଆ ଗ୍ରାମରେ ଘଟିଛି ଏବଂ ଏପର୍ଯ୍ୟନ୍ତ ପୋଲିସ ବିଧାୟକଙ୍କଠାରୁ କୌଣସି ଅଭିଯୋଗ ପାଇନାହିଁ । ଯଦି କୌଣସି ଅଭିଯୋଗ ପୋଲିସ ନିକଟକୁ ଆସେ,ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଥାଲ ଜିଲ୍ଲାର ଗୁଲା ନିର୍ବାଚନ ମଣ୍ଡଳୀରେ ପ୍ରାୟ 40ଟି ଗାଁ ଘାଟ ନଦୀ ଏବଂ ଭାଟିଆ ଗାଁରେ ରିଙ୍ଗ ଡ୍ୟାମ ଭାଙ୍ଗିବା କାରଣରୁ ପ୍ରଭାବିତ ହୋଇଛନ୍ତି । ଭାଟିଆ, ଖାମ୍ବେଡା, ସିହାଲି, ରତାଖେଡା, ପାରାଲା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଲୋକେ ଏବେ ପାଣି ଘେରରେ ରହିଛନ୍ତି । ଲୋକଙ୍କୁ ଉଦ୍ଧାର କରିବା ତଥା ଅନ୍ୟ ଗ୍ରାମରୁ ବିଚ୍ଛିନ୍ନ ହୋଇଥିବା ଗ୍ରାମକୁ ଖାଦ୍ୟ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏକ NDRF ଟିମ କାର୍ଯ୍ୟରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.