ETV Bharat / bharat

ପ୍ରଳୟଙ୍କାରୀ ବନ୍ୟାରେ ଉବୁଟୁବୁ ଆସାମ; ୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ହଜାର ହଜାର ବାସହୀନ

author img

By

Published : Jun 23, 2023, 4:17 PM IST

ମୌସୁମୀ ପ୍ରଭାବ ବର୍ଷାରେ ବେହାଲ ଆସାମ । ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Assam flood update
ଆସାମରେ ବନ୍ୟା ବୀଭିଷିକା

ଗୌହାଟୀ: ମୌସୁମୀ ପ୍ରଭାବରେ ଆସାମରେ ପ୍ରଳୟଙ୍କାରୀ ବନ୍ୟା । ରାଜ୍ୟରେ କ୍ରମାଗତ ଭାବେ ବର୍ଷା ଯୋଗୁଁ ନଦୀରେ ବନ୍ୟା ସୃଷ୍ଟି ହୋଇ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଉତ୍ତର-ପୂର୍ବ ଆସାମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ରାଜ୍ୟରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଆଗକୁ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସାମରେ ମୌସୁମୀ ଜନିତ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ସମେତ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି । ପ୍ରାୟ ୧୬ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି । ତେବେ ଆସନ୍ତା କିଛିଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୪.୯୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଉଦଲଗୁରି ଜିଲ୍ଲାର ତାମୁଲପୁରରେ ବନ୍ୟା ଜଳରେ ଭାସି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ନେମାଟି ଘାଟ ଏବଂ ଧୁବରିରେ ବ୍ରହ୍ମପୁତ୍ର ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ୟାସ୍ଥିତି ଅତି ଗମ୍ଭୀର ହୋଇଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିବା ସହ ଆଗାମୀ ଦିନରେ ବର୍ଷାର ପରିଣାମ ବୃଦ୍ଧି ପାଇବାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ରାଜ୍ୟର ୧୬ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ବିଶେଷ କରି ସୋନିତପୁର, ବୋଙ୍ଗାଇଗାଓଁ, ଦରାଙ୍ଗ, ଧୁବରି, ଲକ୍ଷ୍ମୀପୁର, ମୋରିଗାଓଁ, ନଳବାଡ଼ି, ଦକ୍ଷିଣ ସାଲମାରା ଏବଂ ଉଦଲଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥି ମଧ୍ୟରେ ସର୍ବାଧିକ ବାଜାଲି ଜିଲ୍ଲାର ୨.୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବୋଙ୍ଗାଇଗାଓଁ ଏବଂ ଦିମା ହସାଓରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳ ଘଟିଥିବାର ସୂଚନା ମିଳିଛି । ବନ୍ୟା ପ୍ରଭାବରେ ଅନେକ ରାସ୍ତା, ପୋଲ ଏବଂ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଛି । ବାରପେଟା, ଦରାଙ୍ଗ, ଜୋରହାଟ ଆଦି ଜିଲ୍ଲାର ସହରାଞ୍ଚଳର ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ଲକ୍ଷାଧିକ ଲୋକ ବନ୍ୟାପାଣି ଘେରରେ ରହିଥିବା ବେଳେ ପାରାମିଲିଟାରି ଫୋର୍ସ, ଏନଡିଆରଏଫ, ଏସଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ, ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ୭ ଜିଲ୍ଲାର ମୋଟ ୮୩ଟି ରିଲିଫ କ୍ୟାମ୍ପରେ ୧୪,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୭୯ଟି ରିଲିଫ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.