ETV Bharat / bharat

Assam Flood: ଉବୁଟୁବୁ ଆସାମ, ଗଲାଣି ୭୩ ଜୀବନ

ବନ୍ୟାରେ ଉବୁଟୁବୁ ହେଉଛି ଆସାମ । ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି । ଅଧିକ ପଢନ୍ତୁ

Assam Flood: ଉବୁଟୁବୁ ଆସାମ, ଗଲାଣି ୭୩ ଜୀବନ
Assam Flood: ଉବୁଟୁବୁ ଆସାମ, ଗଲାଣି ୭୩ ଜୀବନ
author img

By

Published : Jun 21, 2022, 8:07 AM IST

Updated : Jun 21, 2022, 8:51 AM IST

ଗୌହାଟୀ: ଆସାମରେ ଏବେ ବି ସଙ୍ଗୀନ ରହିଛି ବନ୍ୟା ପରିସ୍ଥିତି । କେଉଁଠି ପାଣିରେ ଘରଦ୍ବାର ଭାସୁଛି ତ ଆଉ କେଉଁଠି ଭୂସ୍ଖଳନ ହେଉଛି । ୩୨ ଜିଲ୍ଲାର ପ୍ରାୟ ୪୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏଯାଏଁ ବନ୍ୟା ଓ ଭୂସ୍ଖଳନରେ ୭୩ ଜଣଙ୍କ ଜୀବନ ଯାଇଛି । ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପର ଦେଇ ପ୍ରବାହିତ ହେଉଛି । ସମୁଦାୟ ୫,୪୨୪ଟି ଗାଁ ଏବେ ଜଳମଗ୍ନ ରହିଛି । ୪୭,୭୨,୧୪୦ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାର ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ASDMA) ପକ୍ଷରୁ ସୂଚନା ଦିଆଯାଇଛି ।

Assam Flood: ଉବୁଟୁବୁ ଆସାମ, ଗଲାଣି ୭୩ ଜୀବନ
Assam Flood: ଉବୁଟୁବୁ ଆସାମ, ଗଲାଣି ୭୩ ଜୀବନ

ASDMA ରିପୋର୍ଟ ଅନୁଯାୟୀ, ଲଗାଣ ବର୍ଷା ପରେ ରାଜଧାନୀ ଗୌହାଟୀଠୁ ନେଇ ବିଭିନ୍ନ ଜିଲ୍ଲାରେ ବିଷମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । କେବଳ ସୋମବାର ଦିନ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି । NDRF, SDRF, ଭାରତୀୟ ସେନା ଏବଂ ଫାୟାର ବିଗ୍ରେଡ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଏବେସୁଦ୍ଧା ରାଜ୍ୟରେ ୨,୩୧,୮୧୯ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ଆଶ୍ରୟ ସ୍ଥଳୀକୁ ନିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୧,୪୨୫ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ବନ୍ୟାରେ ଜୀବଜନ୍ତୁ ମଧ୍ୟ ବିଶେଷ ପ୍ରଭାବିତ ହୋଇଛନ୍ତି । ସାରା ରାଜ୍ୟରେ ପ୍ରାୟ ୫,୨୩୨ଟି ପଶୁ ବନ୍ୟାଜଳରେ ଭାସି ଯାଇଥିବାର ଜଣାପଡିଛି । ଆସାମର ଜଳପ୍ରଳୟ ୧୧୩୪୮୫.୩୭ ହେକ୍ଟର ଚାଷଜମିକୁ ନଷ୍ଟଭ୍ରଷ୍ଟ କରିଦେଇଛି । ବେକି, ପଗଲାଦିୟା, ପୁଥିମାରୀ, କପିଲି ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ଥର ବିପଦସଙ୍କେତ ଉପରେ ରହିଛି ।

କପିଲି ନଦୀ ସର୍ବୋଚ୍ଚ ସ୍ଥର ଅତିକ୍ରମ କରିସାରିଛି । ଅନ୍ୟପଟେ ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବନ୍ୟା ପ୍ରଭାବିତ ଜିଲ୍ଲାର ଡେପୁଟି କମିଶନରମାନଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି । ବନ୍ୟା ବିପନ୍ନମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ବୋଟ ପହଞ୍ଚି ପାରୁନଥିବା ସ୍ଥାନରେ ହେଲିକପ୍ଟର ଯୋଗେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ କୁହାଯାଇଛି ।

Last Updated : Jun 21, 2022, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.