ETV Bharat / bharat

Assam Flood: ୧୪ ଜିଲ୍ଲାର 2.58 ଲକ୍ଷ ଲୋକ ପ୍ରଭାବିତ - ବନ୍ୟା

ମହାମାରୀ କାଳରେ ଆସାମରେ ଜଳ ପ୍ରଳୟ । ବନ୍ୟାସ୍ଥିତି ରାଜ୍ୟରେ ଗମ୍ଭୀର ହେବାରେ ଲାଗିଛି । ୧୪ଟି ଜିଲ୍ଲାରେ 2.58 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

Assam Flood: ୧୪ ଜିଲ୍ଲାର 2.58  ଲକ୍ଷ ଲୋକେ ପ୍ରଭାବିତ

author img

By

Published : Aug 30, 2021, 7:49 AM IST

ଗୌହାଟୀ: ମହାମାରୀ କାଳରେ ଆସାମରେ ଜଳ ପ୍ରଳୟ । ବନ୍ୟା ସ୍ଥିତି ରାଜ୍ୟରେ ଗମ୍ଭୀର ରହିଛି । ୧୪ଟି ଜିଲ୍ଲାରେ 2.58 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ଏକ ବୁଲେଟିନ ଜାରି କରାଯାଇଥିଲା । ବାରପେଟା, ବିଶ୍ୱନାଥ, ବଙ୍ଗାଇଗାଓଁ, ଚିରଙ୍ଗ, ଧମାଜୀ, ଦିବ୍ରୁଗଡ, ଗୋଲାଘାଟ, ଜୋରହାଟ, କାମରୁପ, ଲକ୍ଷ୍ମୀପୁର, ମଜୁଲି ସିବାସାହଗର ଓ ତିନ ସୁକିଆ ଜିଲ୍ଲାରେ 2 ଲକ୍ଷ 58 ହଜାର 100ରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଲକ୍ଷ୍ମୀପୁରରେ 1.05 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମଜୁଲି 57,200ରୁ ଅଧିକ ଏବଂ ଧମାଜୀ ପ୍ରାୟ 35,500 ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ଆସାମରେ 732ଟି ଗାଁ ଜଳବନ୍ଧୀରେ ରହିଥିବା ବେଳେ 24,704.86 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ୟା ପୀଡିତଙ୍କୁ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର 10 ଟି ଜିଲ୍ଲାରେ 91ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 2,180 ପିଲାଙ୍କ ସମେତ 6,218 ଜଣ ଲୋକ ଆଶ୍ରୟ ନେଇଛନ୍ତି ।

ବକସା, ବାରପେଟା, ବିଶ୍ୱନାଥ, ଧୁବ୍ରି, ଡିବ୍ରୁଗଡ, ଗୋଲପାରା, କୋକରାଝର, ମୋରିଗାଓଁ, ନାଲବାରୀ ଏବଂ ସିଭାସାଗର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋଲାଘାଟ, ଜୋରହାଟ, ନାଗାଓଁ, ସିଭାସାଗର, ଡିବ୍ରୁଗଡ ଏବଂ ଲକ୍ଷ୍ମୀପୁରରେ ବନ୍ୟା ଯୋଗୁଁ ରାସ୍ତାଘାଟ, ନଦୀବନ୍ଧ ଧୋଇ ହୋଇଯାଇଛି । ବନ୍ୟାରେ ସାତଟି ଜିଲ୍ଲାର ମୋଟ 2 ଲକ୍ଷ 39 ହଜାର 723 ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗତ ଏକ ସପ୍ତାହ ଧରି ବର୍ଷା ହେତୁ ଦିବ୍ରୁଗଡ଼, ଜୋରହାଟ, ସୋନିତପୁର, ଗୋଲପାରା, କାମ୍ରୁପ ଏବଂ ଧୁବ୍ରି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରଭାବିତ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.