ବେଙ୍ଗାଲୁରୁ: ଭାରତର ଅନଲାଇନ ଇ-ବାଣିଜ୍ୟ ବଜାର ଫ୍ଲିପକାର୍ଟ ଗୁରୁବାର ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NSDC) ଓ କର୍ଣ୍ଣାଟକ ଦକ୍ଷତା ବିକାଶ କେନ୍ଦ୍ର (KSDC) ମାଧ୍ୟମରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ସ୍ଥାପିତ ଏକ ସଂଗଠନ ଲଜିଷ୍ଟିକ୍ ସ୍କିଲ୍ ସେକ୍ଟର କାଉନସିଲ୍ (LSC) ସହିତ ଏକ ଏମଓୟୁ ଘୋଷଣା କରିଛି । ଏହି ଏମଓୟୁରେ ଫ୍ଲିପକାର୍ଟ ଇ-ବାଣିଜ୍ୟ ଶିକ୍ଷା ପାଇଁ ତାଲିମ କେନ୍ଦ୍ର ସ୍ଥାପନ କରିବ ବୋଲି ଉଲ୍ଲେଖ ରହିଛି ।
ଫ୍ଲିପକାର୍ଟର ଏହି ତାଲିମ କେନ୍ଦ୍ର କାମ କରିବାକୁ ଚାହୁଁଥିବା ଆଶାକର୍ମୀମାନଙ୍କ ପାଇଁ ଖୋଲା ରହିବ । ଏହି କେନ୍ଦ୍ରରେ ଦକ୍ଷତା ବିକାଶର ଗୁରୁତ୍ବ ଉପରେ ଧ୍ୟାନ ଦିଆଯିବ ଏବଂ ଆଗାମୀ ବର୍ଷରେ ଏହାର ଅଭିବୃଦ୍ଧିକୁ ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି । ତେବେ ଏହି କେନ୍ଦ୍ର 1500 ବର୍ଗ ଫୁଟ ସ୍ଥାନରେ ନିର୍ମାଣ କରାଯିବ । ଏଥିରେ କମ୍ପ୍ୟୁଟର ଓ ପ୍ରୋଜେକ୍ଟର ଦ୍ବାରା କର୍ମୀଙ୍କୁ ତାଲିମ ଦିଆଯିବ ।
ଇ-ବାଣିଜ୍ୟ ଓ ସାମଗ୍ରୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ପାରଙ୍ଗମ ହେବା ପାଇଁ ଫ୍ଲିପକାର୍ଟ ଡେଭଲପମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NSDC) ଓ କର୍ଣ୍ଣାଟକ ଦକ୍ଷତା ବିକାଶ କେନ୍ଦ୍ର (KSDC) ସହିତ ଷ୍ଟୋରେଜ୍ ଏବଂ ବଣ୍ଟନ, ଗ୍ରାହକ ପରିଚାଳନା ଏବଂ ସାମଗ୍ରୀ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିବ ବୋଲି ଯୋଜନା କରିଛି । ତେବେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସାମଗ୍ରୀ ବଣ୍ଟନ ସମ୍ପର୍କରେ ତାଲିମ ପ୍ରାର୍ଥୀଙ୍କୁ ତାଲିମ ଦିଆଯିବ ।
ଗ୍ରାହକଙ୍କ ସହିତ ଯୋଗଯୋଗର ଶୈଳୀ ସମ୍ପର୍କରେ ମଧ୍ୟ ପ୍ରାର୍ଥୀଙ୍କୁ ତାଲିମ ଦିଆଯିବ । ଏହି ସମସ୍ତ କାର୍ଯ୍ୟ ସମ୍ପର୍କରେ 60 ଦିନ ତାଲିମ ଦିଆଯିବା ପରେ ତାଲିମ ନେଉଥିବା ପ୍ରାର୍ଥୀଙ୍କୁ ଦେଶର ଇ-ବାଣିଜ୍ୟ ସଂସ୍ଥାରେ ଚାକିରୀର ସୁଯୋଗ ମଧ୍ୟ ଦିଆଯିବ । ପ୍ରଶିକ୍ଷଣର ଶେଷ ହେବା ପରେ, ପ୍ରାର୍ଥୀମାନଙ୍କୁ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (NSFQ) ଅଧୀନରେ ପ୍ରମାଣପତ୍ର ପ୍ରଦାନ କରାଯିବ, ଯାହା ସ୍ନାତକୋତ୍ତର ଡିଗ୍ରୀ ସହିତ ସମାନ ।
ତେବେ ଏହି ସାର୍ଟିଫିକେଟ୍ ଅଷ୍ଟ୍ରେଲିଆ, ଡେନମାର୍କ, ଜର୍ମାନୀ ଏବଂ ସାଉଦି ଆରବ ସମେତ ସାତୋଟି ଦେଶରେ ସ୍ବୀକୃତିପ୍ରାପ୍ତ ବୋଲି ଜଣାପଡ଼ିଛି । ଫ୍ଲିପକାର୍ଟ ଏହି ତାଲିମ କେନ୍ଦ୍ର ମାଧ୍ୟମରେ ଅଣକୁଶଳୀ ଏବଂ ବେକାର ଲୋକଙ୍କ ନିଯୁକ୍ତିକୁ ବଢାଇବା ସହିତ ସେମାନଙ୍କୁ ଭାରତର କୁଶଳୀ ତଥା ପ୍ରମାଣିତ କର୍ମଶାଳାର ଏକ ଅଂଶ କରିବା ପାଇଁ ଲକ୍ଷ୍ୟ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ