ETV Bharat / bharat

ଜୀବନ ଯୁଦ୍ଧରେ ହାରିଲା ମାହି, 9 ଘଣ୍ଟା ଅପରେସନ୍‌ ପରେ ବୋର୍‌ୱେଲ୍‌ରୁ ହୋଇଥିଲା ଉଦ୍ଧାର

author img

By ETV Bharat Odisha Team

Published : Dec 6, 2023, 7:32 AM IST

Updated : Dec 6, 2023, 10:21 AM IST

Madhya Pradesh Borewell Incident: ଖେଳୁଥିବା ବେଳେ 25 ଫୁଟ ଗଭୀର ବୋରଓ୍ବେଲ ମଧ୍ଯକୁ ଖସିପଡିଲା 5 ବର୍ଷୀୟା ମାହି । ଏନଡିଆରଏଫ ଓ ଏନଡିଆରଏଫର 9 ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା । ଏହାପରେ କୁନି ଝିଅ ସବୁ ଦିନ ପାଇଁ ଆଖି ବୁଜିଛି । ଅଧିକ ପଢ଼ନ୍ତୁ

ବୋରଓ୍ବେଲରେ ଖସିପଡିଲା ଶିଶୁ କନ୍ୟା
ବୋରଓ୍ବେଲରେ ଖସିପଡିଲା ଶିଶୁ କନ୍ୟା

ଭୋପାଳ: ମଧ୍ୟପ୍ରଦେଶର ପୁଣି ବୋରଓ୍ବେଲକୁ ଖସି ପଡ଼ିଲା ଶିଶୁ । ଖେଳୁଥିବା ସମୟରେ 25 ଫୁଟ ଗଭୀର ବୋରଓ୍ବେଲ ମଧ୍ୟକୁ ଖସିପଡିଲା 5 ବର୍ଷର ଶିଶୁ କନ୍ୟା । ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଦୀର୍ଘ 9 ଘଣ୍ଟାର ଅପରେସନ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା 5.30 ବେଳେ ଘଟିଥିଲା ଏହି ଅଘଟଣ । ମୂର୍ମୁଷୁ ଅବସ୍ଥାରେ ମାହିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।

ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ନରସିଂହଗଡ଼ ତହଲିସ ଅନ୍ତର୍ଗତ ପିପଲିୟା ରସୋଡା ଗାଁରେ ଏହି ଅଘଟଣ ଘଟିଛି । ସୂଚନା ଅନୁୟାୟୀ, ଗତକାଲି(ମଙ୍ଗଳବାର) ସନ୍ଧ୍ୟା 5ଟା ସୁଦ୍ଧା ଖେଳୁଥିବା ସମୟରେ ଜଣେ 5 ବର୍ଷୀୟା ଶିଶୁ କନ୍ୟା ବୋରଓ୍ବେଲ ପାଇଁ ଖୋଳାଯାଇଥିବା 25 ଫୁଟ ଗଭୀର ଗାତରେ ଖସିପଡିଥିଲା । ଏନେଇ ଆଉ ଜଣେ ଶିଶୁ ତୁରନ୍ତ ଅନ୍ୟମାନଙ୍କୁ ଖବର ଦେଇଥିଲା । ତେବେ ଶିଶୁଟିର ଅଜା ଆଈ ଓ ପଡ଼ୋଶୀ ସ୍ଥାନୀୟ ପ୍ରଶାସନକୁ ଏନେଇ ଖବର ଦେଇଥିଲେ ।

  • राजगढ़ जिले के पिपलिया रसोड़ा गांव में मासूम बच्ची के बोरवेल में गिरने का समाचार प्राप्त हुआ है।

    एसडीआरएफ, एनडीआरएफ और जिला प्रशासन की टीम बच्ची को सकुशल बाहर निकालने के लिए प्रयासरत है। मैं भी स्थानीय प्रशासन के निरंतर संपर्क में हूँ।

    बच्ची को सकुशल बाहर निकालने में हम कोई कसर…

    — Shivraj Singh Chouhan (@ChouhanShivraj) December 5, 2023 " class="align-text-top noRightClick twitterSection" data=" ">

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟ ମଧ୍ୟରେ ଏସଡିଆରଏଫ ଓ ଏନଡିଆରଏଫ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ରାଜଗଡ ଜିଲ୍ଲାପାଳ ହର୍ଷ ଦିକ୍ଷିତ, ରାଜଗଡ ଏସପି ଧରମରାଜ ସିଂ, ନବନିର୍ବାଚିତ ବିଧାୟକ ମୋହନ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦନ୍ତ କରିଥିଲେ । ଘଟଣାସ୍ଥଳରେ ହଜାର ହଜାର ସ୍ଥାନୀୟ ଲୋକେ ଜମା ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. Nalanda: 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଜେସିବି ସାହାଯ୍ୟରେ ବୋରଓ୍ବେଲ ନିକଟରେ ଆଉ ଏକ ଗାତ ଖୋଳାଯାଇଥିଲା । ଏହା ମଧ୍ୟରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏକ ମେଡିକାଲ ଟିମ୍‌ । ଗତ ମଧ୍ୟରେ ଶିଶୁଟି ନିକଟରେ ଅକ୍ସିଜେନ୍‌ ମଧ୍ୟ ପହଞ୍ଚାଯାଇଥିଲା । ଦୀର୍ଘ 9 ଘଣ୍ଟାର ଅପରେସନ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍‌ । ମଙ୍ଗଳବାର ବିଳମ୍ବିତ ରାତି 2.30 ସୁଦ୍ଧା ଶିଶୁଟିକୁ ବୋରୱେଲ୍‌ ଗର୍ତ୍ତ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଶିଶୁଟିକୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଭୋପାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଛି । ଶିଶୁଟିର ନାଁ ମାହି ହୋଇଥିବା ବେଳେ ସେ ପିପଲିୟା ରସୋଡା ଗାଁରେ ନିଜ ଅଜା ଆଈଙ୍କ ସହ ମାମୁୁ ଘର ବୁଲିବାକୁ ଆସିଥିଲା ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ଏ ସମ୍ପର୍କରେ ଟ୍ବିଟ୍‌ କରିଥିଲେ । "ରାଜଗଡ ଜିଲ୍ଲା ପିପଲିୟା ରସୋଡା ଗାଁରେ ଜଣେ ନିରୀହ ଶିଶୁ ବୋରଓ୍ବେଲରେ ଖସି ପଡିଥିବା ଖବର ମୁଁ ପାଇଛି । ଏନଡିଆରଏଫ, ଏସଡିଆରଏଫ ଓ ଜିଲ୍ଲା ପ୍ରଶାସନର ଟିମ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସହ ମୁଁ ସମ୍ପର୍କରେ ରହିଛି । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ।"

ଆଉମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଏନେଇ ଟ୍ବିଟ୍‌ କରି ଲେଖିଥିଲେ ଯେ, "ରାଜଗଡ଼ ଜିଲ୍ଲା ପିପଲିୟା ରସୋଡା ଗାଁରେ ଏକ ଛୋଟ ଶିଶୁଟିଏ ବୋରଓ୍ବେଲ୍‌ ମଧ୍ୟରେ ଖସିପଡିଥିବା ଭଳି ଦୁଃଖଦ ଖବର ଜାଣିବାକୁ ପାଇଛି । ଉଦ୍ଧାରକାରୀ ଦଳଙ୍କୁ ସଫଳତା ମିଳୁ ଓ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉ ବୋଲି ମୁଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.