ETV Bharat / bharat

ଭାରତକୁ ଆମେରିକା ପଠାଇଲା 5 ଟନ୍‌ ଅମ୍ଳଜାନ - COVID 19 infections

ମହାମାରୀର କବଳରେ ରହିଛି ଭାରତ । ଦେଶରେ ଥିବା ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ଭାରତକୁ ସହଯୋଗର ହାତ ବଢାଇଛି ଆମେରିକା । ଅଧିକ ପଢନ୍ତୁ...

ଆମେରିକା ଭାରତକୁ ପଠାଇଲା 5 ଟନ୍‌ ଅମ୍ଳଜାନ
ଆମେରିକା ଭାରତକୁ ପଠାଇଲା 5 ଟନ୍‌ ଅମ୍ଳଜାନ
author img

By

Published : Apr 26, 2021, 9:18 AM IST

ୱାଶିଂଟନ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦେଖାଦେଇଛି ଅମ୍ଳଜାନ ଅଭାବ ସଙ୍କଟ । ଏଥିଲାଗି ଆମେରିକା ଭାରତକୁ ରବିବାର ସକାଳେ 5 ଟନ ଅମ୍ଳଜାନ 300ଟି କନସେଣ୍ଟ୍ରେଟରରେ ପଠାଇଛି । ତେବେ ଏ ସମ୍ପର୍କରେ ଆମେରିକାରେ ଥିବା ଭାରତ ସରକାରଙ୍କ କିଛି ଅଧିକାରୀ ସୂଚନା ଦେଇଛନ୍ତି ।

ଏୟାର ଇଣ୍ଡିଆର A102 ନ୍ୟୁୟର୍କର ଜନ୍ ଏଫ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଞ୍ଚ ଟନ୍ (5000 କେଜି) ଅମ୍ଳଜାନ କନସେଣ୍ଟ୍ରେଟର ପରିବହନ କରାଯାଇଛି ଏବଂ ଏହି ଅମ୍ଳଜାନ ସୋମବାର ମଧ୍ୟାହ୍ନ ସୁଦ୍ଧା ଦିଲ୍ଲୀରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବିମାନ 15 ଘଣ୍ଟାରୁ ଅଧିକ ସମୟ ଧରି ନନଷ୍ଟପ ଯାତ୍ରା କରି ଭାରତରେ ପହଞ୍ଚିବ । ଗତ କିଛି ଦିନରୁ ଦେଶରେ ଦୈନିକ 3 ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଛି ।

ଭାରତୀୟ ଆମେରିକୀୟ ସମ୍ପ୍ରଦାୟ, ଏନଜିଓ ଏବଂ ବ୍ୟକ୍ତିବିଶେଷ ଭାରତରେ ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କ ନିକଟରେ ଅମ୍ଳଜାନ ପହଞ୍ଚିବାର ଉପାୟ ବିଷୟରେ ପଚାରି ବୁଝିଛନ୍ତି । ତେବେ ଭାରତର ଏହି ବିପଦ ସମୟରେ ଦେଶକୁ ସହାୟତା ଯୋଗାଇବେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ କହିଥିଲେ । କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକୀୟ ହେଉଥିବା ର' ମ୍ୟାଟେରିଆଲ ବା କଞ୍ଚା ପଦାର୍ଥ ଆମେରିକା ଭାରତକୁ ଯୋଗାଇବ ।

ତେବେ ସୂଚନା ଥାଉକି, ଦେଶରେ ରବିବାର 3 ଲକ୍ଷ 49 ହଜାର 391 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 2767 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ 54 ପ୍ରତିଶତ ଆକ୍ରାନ୍ତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଓ କେରଳରୁ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.