ETV Bharat / bharat

କାମ ସାରି ଫେରୁଥିଲେ, କେନାଲରେ ବୁଡ଼ିଗଲେ ଗୋଟିଏ ପରିବାର ୫ ସଦସ୍ୟ - ଗୁଜରାଟରେ ବୁଡ଼ିଗଲେ ପରିବାର ୫ ସଦସ୍ୟ

କେନାଲରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ କଚ୍ଛ ମୁଣ୍ଡ୍ରା ଇଲାକାରେ ଏଭଳି ଦୁଃଖଦ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

Five people of the same family drowned to death in Gujarat
କାମ ସାରି ଘରକୁ ଫେରୁଥିଲେ, କେନାଲରେ ବୁଡ଼ି ୫ ମୃତ
author img

By

Published : Nov 15, 2022, 6:58 AM IST

ଗାନ୍ଧୀନଗର: କେନାଲରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ କଚ୍ଛ ମୁଣ୍ଡ୍ରା ଇଲାକାରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗୁଣ୍ଡଲା ଗ୍ରାମର ନର୍ମଦା କେନାଲ୍‌ ପାର୍‌ ହେଉଥିବା ୫ ଜଣ ବୁଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତଦନ୍ତବେଳେ ସମସ୍ତ ମୃତକ ଗୋଟିଏ ଗାଁର ଗୋଟିଏ ପରିବାରର ବୋଲି ଜଣା ପଡ଼ିଛି । ଏମାନେ ଶ୍ରମିକ ଭାବରେ କାମ କରି ନିଜ ପରିବାର ପେଟ ପାଳୁଥିଲେ । ହେଲେ ସୋମବାର ସେମାନେ ମୁଣ୍ଡ୍ରାରେ କାମ ସାରି ଫେରୁଥିଲେ । ତେବେ କେନାଲ ପାର୍‌ ହେବା ସମୟରେ ଏମାନେ ବୁଡ଼ି ଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇ ପାରିନଥିଲେ ।

ଶେଷର ସ୍ଥାନୀୟ ଲୋକ ହିଁ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାରକାରୀ ଦଳ ପହଞ୍ଚି ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା । ତେବେ ଆଉ କେହି ବୁଡିନଥିବା ସ୍ପଷ୍ଟ ହୋଇଛି । ସେପଟେ ଏଭଳି ଘଟଣାକୁ ନେଇ ଗୁଣ୍ଡଲା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏଠାରେ ଗୋଟିଏ ପରିବାରର ଏକା ସାଙ୍ଗରେ ୫ଟି ଜୁଇ ଜଳିଛି । ସେପଟେ ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ସାଂସଦ ଶୋକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.