ETV Bharat / bharat

Prayagraj Murder: ଗୋଟିଏ ପରିବାରର 5 ଜଣଙ୍କୁ ଗଳାକାଟି ହତ୍ୟା - ପ୍ରୟାଗରାଜରେ ଘରୁ ମିଳିଲା ପରିବାର ସଦସ୍ୟଙ୍କ ମୃତଦେହ

ଗୋଟିଏ ଘରୁ ମିଳିଲା ପରିବାରର 5 ଜଣଙ୍କ ମୃତଦେହ । ଉତ୍ତରପ୍ରଦେଶର ନବାବଗଞ୍ଜ ଥାନା ଅନ୍ତର୍ଗତ ଖଗଲପୁର ଗ୍ରାମରୁଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

dead bodies of family found in prayagraj
ପ୍ରୟାଗରାଜରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ମିଳିଲା ପରିବାରର 5 ମୃତଦେହ
author img

By

Published : Apr 16, 2022, 12:02 PM IST

Updated : Apr 16, 2022, 1:51 PM IST

ଲକ୍ଷ୍ନୌ: ଗୋଟିଏ ଘରୁ ମିଳିଲା ପରିବାରର 5 ଜଣଙ୍କ ମୃତଦେହ । ଉତ୍ତରପ୍ରଦେଶର ନବାବଗଞ୍ଜ ଥାନା ଅନ୍ତର୍ଗତ ଖଗଲପୁର ଗ୍ରାମରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖଗଲପୁର ଗ୍ରାମରେ ସାମୂହିକ ହତ୍ୟାକାଣ୍ଡ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏକ ଘରୁ ପରିବାରର 5 ଜଣଙ୍କ ମୃତଦେହ ଉଦ୍ଧାର କରିଛି ନବାବଗଞ୍ଜ ଥାନା ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଚାରିଜଣଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାବେଳେ ଅନ୍ୟ ଜଣଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ତେବେ ଉକ୍ତ 4ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଝିଅ ଥିଲେ। ଯାହାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାର ତଦନ୍ତ ଆରମ୍ଭ ହେବା ସହ ସନ୍ଧାନୀ କୁକୁର ଓ ଫିଲ୍ଡ ୟୁନିଟ ଟିମ ପହଞ୍ଚି ଅନୁସନ୍ଧାନ କରୁଛି । ପରିବାରର ମୁରବି ତାଙ୍କ ପତ୍ନୀ ଓ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ମାତ୍ର ପୋଲିସ ଏନେଇ କୌଣିସି ପ୍ରତିକ୍ରିୟା ରଖିନାହିଁ । ଘଟଣାର ତଦନ୍ତ ପରେ ହିଁ ସତ୍ୟତା ସାମ୍ନାକୁ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 1:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.