ETV Bharat / bharat

ମଧ୍ୟପ୍ରଦେଶ ବସ ଦୁର୍ଘଟଣା: 28 ଘଣ୍ଟା ପରେ ମିଳିଲା 5 ମାସର ଶିଶୁର ମୃତଦେହ - ମଧ୍ୟପ୍ରଦେଶର ଭୟଙ୍କର ବସ ଦୁର୍ଘଟଣା

ମଧ୍ୟପ୍ରଦେଶର ଭୟଙ୍କର ବସ ଦୁର୍ଘଟଣା, ନିମିଷକେ ମଧ୍ୟରେ ଚାଲିଗଲା 51ଟି ଜୀବନ । ବୃଦ୍ଧ, ଯୁବକ କେହି ବି ଏହି ଭୟଙ୍କର ଦୁର୍ଘଟଣାରୁ ରକ୍ଷା ପାଇ ପାରିଲେନାହିଁ, ସେମାନଙ୍କ ମଧ୍ୟରେ ଥିଲା 5 ମାସର ଶିଶୁ ସୋମ୍ୟା । ଅଧିକ ପଢନ୍ତୁ..

ମଧ୍ୟପ୍ରଦେଶ ବସ ଦୁର୍ଘଟଣା
ମଧ୍ୟପ୍ରଦେଶ ବସ ଦୁର୍ଘଟଣା
author img

By

Published : Feb 18, 2021, 1:19 PM IST

ଭୋପାଳ: ମଧ୍ୟପ୍ରଦେଶର ଭୟଙ୍କର ବସ ଦୁର୍ଘଟଣା, ନିମିଷକେ ମଧ୍ୟରେ ଚାଲିଗଲା 51ଟି ଜୀବନ । ବୃଦ୍ଧ, ଯୁବକ କେହି ବି ଏହି ଭୟଙ୍କର ଦୁର୍ଘଟଣାରୁ ରକ୍ଷା ପାଇ ପାରିଲେନାହିଁ, ସେମାନଙ୍କ ମଧ୍ୟରେ ଥିଲା 5 ମାସର ଶିଶୁ ସୋମ୍ୟା । ଦୁନିଆ କଣ ଜାଣିବା ପୂର୍ବରୁ କେନାଲରେ ବହିଗଲା 5 ମାସର ଶିଶୁ । ମା ଆଉ ମାଉସୀ ସହ ବସରେ ଯାଉଥିବା ସୋମ୍ୟା କେନାରେ ବୁଡି ଭାସିଗଲା ।

ଏଏନଏମ ପରୀକ୍ଷା ଦେବା ପାଇଁ ମା ସୋମବାଇ ଓ ମାଉସୀ ଆଶା ଯାଉଥିଲେ । ସାଥିରେ ଥିଲା ସୋମ୍ୟା କିନ୍ତୁ କିଏ ଜାଣିଥିଲା ପରୀକ୍ଷାର ଏହି ଯାତ୍ରାରେ ମା-ଝିଅଙ୍କ ସାଥ୍ ସବୁଦିନ ପାଇଁ ଅଲଗା ହୋଇଯିବ । ବସ ଯେତେବେଳେ କେନାଲ ତଳକୁ ଖସିଲା, ସେତେବେଳେ ମା'ର ପଣତରୁ ଛିଟକି କେନାଲରେ ବହିଗଲା ସୋମ୍ୟା । ବସ ବୁଡିବା ସହ ତିନି ଜଣ ମଧ୍ୟ ଚିରଦିନ ପାଇଁ ଗଭୀର ନିଦ୍ରାରେ ବୁଡିଗଲେ ।

ଉଦ୍ଧାରକାରୀ ଦଳ ପ୍ରାୟ 22 କିଲୋମିଟର ଦୂରରେ ସୋମ୍ୟାର ମୃତଦେହ ଉଦ୍ଧାର କରିଥିଲେ । ସୋମ୍ୟାର ମା ଆଉ ମାଉସୀର ମୃତଦେହ ଗୋଟେ ଦିନ ପୂର୍ବେ ବସ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ପ୍ରାୟ 28 ଘଣ୍ଟା ପରେ ସୋମ୍ୟାର ମୃତଦେହ ମିଳିଥିଲା ।

ଏହି ଦୁର୍ଘଟଣାର ଶିକାର ହୋଇଥିବା ସୋମବାଇ ଗୌଡ ଦୁଇ ବର୍ଷ ପୂର୍ବେ ବନ୍ଦେବା ପୋଲିସ ଷ୍ଟେସନ ଅନ୍ତର୍ଗତ ଚିତ୍ରାଙ୍ଗୀ ଗାଁର ବାସିନ୍ଦା ହରିପ୍ରତାପ ଗୌଡଙ୍କୁ ବିବାହ କରିଥିଲେ। ହରିପ୍ରତାପ ଆନ୍ଧ୍ରପ୍ରଦେଶରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଗାଁରେ ରୁହନ୍ତି। ସେ ତାଙ୍କ ଭଉଣୀ ଆଶାଙ୍କ ସହ ମଙ୍ଗଳବାର ANM ପରୀକ୍ଷା ପାଇଁ ଯାଇଥିଲେ। ବସର ଉଭୟ କବାଟ ବନ୍ଦ ଥିଲା କିନ୍ତୁ ଝରକା ଖୋଲା ଥିଲା, ଝରକା ବାଟ ଦେଇ ସୋମ୍ୟା ପାଣିରେ ଖସି ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.