ETV Bharat / bharat

ଋଣ ଟଙ୍କା ସୁଝି ନପାରି ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ

ସାହୁକାରର ଋଣ ଫେରାଇବାରେ ଅସମର୍ଥ ହେବାରୁ ବିଷ ପିଇ ଦେଲେ ପୁରା ପରିବାର । ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଋଣ ଟଙ୍କା ସୁଝି ନପାରି ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ
ଋଣ ଟଙ୍କା ସୁଝି ନପାରି ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ
author img

By

Published : Nov 10, 2022, 3:37 PM IST

ପାଟନା: ବିହାରରେ ଅଭାବନୀୟ ଘଟଣା । ଋଣ ଟଙ୍କା ସୁଝି ନପାରି ବିଷ ପିଇଲେ ଗୋଟିଏ ପରିବାରର ୬ଜଣ ସଦସ୍ୟ । ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି (five Members Of Family Die In Bihar) । ଏଭଳି ଦୁଃଖଦ ଘଟଣା ଘଟିଛି ନଓ୍ବାଡା ଜିଲ୍ଲାରେ । ବିଷ ପାନ ପରେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ୫ମୃତକ ହେଉଛନ୍ତି କେଦାର ଲାଲ ଗୁପ୍ତା, ତାଙ୍କ ସ୍ତ୍ରୀ ଅନିତା ଦେବୀ,ଝିଅ ଗୁରିଆ କୁମାରୀ, ସବନମ କୁମାରୀ ଓ ପୁଅ ପ୍ରିନ୍ସ କୁମାର । କେଦାରର ଲାଲଙ୍କ ଆଉ ଜଣେ ଝିଅ ସାକ୍ସି କୁମାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଏନେଇ ସାକ୍ସି କହିଛନ୍ତି, ''ମୋ ବାପା ମନୀଷ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଋଣ ଆଣିଥିଲେ । କିନ୍ତୁ ତାଙ୍କୁ ଫେରାଇବାରେ ଅସମର୍ଥ ହୋଇଥିଲେ । ଏଥି ପାଇଁ ସବୁଦିନ ବାପା ଚିନ୍ତାରେ ରହୁଥିଲେ । ପ୍ରତିଦିନ ଋଣ ଆଣିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଘରକୁ ଆସି ଅପମାନିତ କରନ୍ତି । ଏଥି ପାଇଁ ବାପା ପ୍ରତ୍ୟେକ ଦିନ ଏକ ହଜାର ଟଙ୍କା ଦିଅନ୍ତି । କିନ୍ତୁ ପୁରା ଋଣ ଟଙ୍କା ସୁଝିପାରିନଥିଲେ ।''

ସାହୁକାରର ଋଣ ସୁଝିନପାରି ପରିବାରର ପ୍ରତ୍ୟେକ ସଦସ୍ୟ ଚିନ୍ତାରେ ରହିଥିଲେ । ଏଥି ପାଇଁ କେଦାର ଲାଲା ତାଙ୍କ ଫଳ ଦୋକାନ ମଧ୍ୟ ଖୋଲିପାରୁନଥିଲେ । ଫଳରେ ଖାଦ୍ୟ ଖାଇବା ମଧ୍ୟ ପରିବାର ପାଖରେ କଷ୍ଟସାଧ୍ୟ ହୋଇପଡିଥିଲା । ତେଣୁ କେଦାର ଲାଲ ନିଷ୍ପତ୍ତି ନେଇଥିଲେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ । ବିଷ ପିଇବା ପରେ ପରିବାରର ୬ଜଣ ସଦସ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଟାଉନ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ୫ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ-Gujarat assembly Poll: ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ବିଷ ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଋଣ ଟଙ୍କା ସୁଝିନପାରିବାରୁ ସମସ୍ତେ ବିଷପାନ କରିଥିଲେ । ଆମେ ମନୀଷ କୁମାରଙ୍କୁ ଧରିବାକୁ ଚେଷ୍ଟା କରୁଛୁ ବୋଲି ନୱାଡାର ଏସପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.