ETV Bharat / bharat

ଶ୍ରୀନଗର ପର୍ଯ୍ୟଟନକୁ ପ୍ରହାର, ପାଞ୍ଚ ଡଙ୍ଗାଘର ପୋଡି ପାଉଁଶ - ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ

ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଦୁର୍ଘଟଣାରେ ପାଞ୍ଚଟି ଡଙ୍ଗାଘର ପୋଡ଼ି ପାଉଁଶ ହେବାସହ ଅନେକ ମୂଲ୍ୟବାନ ଜିନିଷ ଜଳିଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁର ଆଁରେ ଜଳିଗଲା ପାଞ୍ଚ ଡଙ୍ଗାଘର

author img

By

Published : Apr 4, 2022, 10:58 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଘଟଣରେ ପାଞ୍ଚଟି ଡଙ୍ଗାଘର ପୋଡ଼ି ପାଉଁଶ ହେବାସହ ଅନେକ ମୂଲ୍ୟବାନ ଜିନିଷ ଜଳି ଯାଇଛି । ମଧ୍ୟରାତ୍ରି ୨ଟା ୨୬ ମିନିଟରେ ଶ୍ରୀନଗରର ନାଗିନ ହ୍ରଦରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ପାଞ୍ଚଟି ଡଙ୍ଗାଘର ପୋଡ଼ି ପାଉଁଶ ହୋଇଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏକ ଡଙ୍ଗାଘରୁ ନିଆଁ ଲାଗି ଅନ୍ୟ ଡଙ୍ଗାକୁ ବ୍ୟାପିଥିଲା । ପରେ ତୀବ୍ର ଗତିରେ ଏହା ପୁରା ହାଉସବୋଟକୁ ବ୍ୟାପିଯାଇଥିଲା ।

ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁର ଆଁରେ ଜଳିଗଲା ପାଞ୍ଚ ଡଙ୍ଗାଘର

ନିଆଁର ପ୍ରଖର ଏତେ ଥିଲାଯେ ତାହା ନିୟନ୍ତ୍ରଣରେ ରହିନଥିଲା । ଯାହାଫଳରେ ଅନେକ ଡଙ୍ଗାଘର ପୋଡ଼ି ପାଉଁଶ ହୋଇଯାଇଛି । ନିଆଁକୁ ଆୟତରେ ଆଣିବା ପାଇଁ ସ୍ଥାନୀୟ ଲୋକ, ପୋଲିସ ଏବଂ ଅଗ୍ନିଶମ ଚେଷ୍ଟା କରିଥିଲେ ମଧ୍ୟ ତାହା ହୁହୁ ହୋଇ ବ୍ୟାପୀ ଯାଇଥିଲା। ଫଳରେ ନିଆଁ ଡଙ୍ଗାଘରକୁ ଗୁରୁତର ଭାବେ ନଷ୍ଟ କରି ଦେଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.