ETV Bharat / bharat

ଢାବାରେ ଭୋଜନ କରି ଖୁସିରେ ଫେରୁଥିଲେ, କାର ଉପରେ ଓଲଟିଲା ଟ୍ରକ 5 ମୃତ - କାର ଉପରେ ଓଲଟିଲା ଟ୍ରକ

ଉତ୍ତରପ୍ରଦେଶ ପ୍ରୟାଗରାଜ ଜାତୀୟ ରାଜପଥରେ କାର ଉପରେ ଓଲଟିଲା ଟ୍ରକ । ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କାର ଉପରେ ଓଲଟିଲା ଟ୍ରକ, ୨ ଶିଶୁ ସମେତ ୫ ମୃତ
କାର ଉପରେ ଓଲଟିଲା ଟ୍ରକ, ୨ ଶିଶୁ ସମେତ ୫ ମୃତ
author img

By

Published : Jul 20, 2022, 8:24 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଉପରେ ଟ୍ରକ ଓଲଟି ପଡିବା ଫଳରେ ଦୁଇ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଭଦୋଖର ପୋଲିସ ଷ୍ଟେସନ ଅଞ୍ଚଳର ପ୍ରୟାଗରାଜ ଜାତୀୟ ରାଜପଥର ଦରିଆପୁର ନିକଟରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ବିଳମ୍ବିତ ରାତିରେ ଭଦୋଖର ପୋଲିସ ଷ୍ଟେସନ ଅଞ୍ଚଳର ଦରିଆପୁର ନିକଟରେ ଏକ ଟ୍ରକ କାର ଉପରେ ଓଲଟି ପଡିଥିଲା । ସେହିସମୟରେ କାରରେ 8 ଜଣ ଯାତ୍ରୀ ରହିଥିଲେ । କାରରେ ଫସି ରହିଥିବା ଲୋକଙ୍କ କ୍ରନ୍ଦନ ଶୁଣି ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିବା ସତ୍ତ୍ବେ ସଫଳ ହୋଇପାରିନଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଗ୍ରାମବାସୀଙ୍କ ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କାରରୁ ଉଦ୍ଧାରକରି ଡାକ୍ତଖାନାରେ ଭର୍ତ୍ତି କରିଥିଲା ।

ଡାକ୍ତରଖାନାରେ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଯାଇଥିଲା । ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ବେଳେ ଜଣେ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଥିଲା । ତେବେ କାରରେ ଦୁଇ ପରିବାର 8 ସଦସ୍ୟ ଥିଲେ । ଏମାନେ ଏକ ଢାବାରେ ରାତ୍ରୀ ଭୋଜନ କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.