ETV Bharat / bharat

ଫିଟବିଟ୍ ଚାର୍ଜ 4ରେ ଉପଲବ୍ଧ ହେବ ସ୍ବାସ୍ଥ୍ୟଗତ ତଥ୍ୟ

author img

By

Published : Feb 12, 2021, 9:38 AM IST

ଫିଟବିଟ ଚାର୍ଜ 4 ବ୍ୟବହାରୀଙ୍କ ପାଇଁ ଭଲ ଖବର । ଫିଟବିଟ୍ ଚାର୍ଜ 4 ଉପଭୋକ୍ତାଙ୍କୁ ଦେୟମୁକ୍ତ ସ୍ବାସ୍ଥ୍ୟଗତ ତଥ୍ୟ ପ୍ରଦାନ କରିବ । ଅଧିକ ପଢନ୍ତୁ...

ଫିଟବିଟ୍ ଚାର୍ଜ 4
ଫିଟବିଟ୍ ଚାର୍ଜ 4

ସାନ ଫ୍ରାନ୍ସିକୋ: ଫିଟବିଟ ଚାର୍ଜ 4 ବ୍ୟବହାରୀଙ୍କ ପାଇଁ ଭଲ ଖବର । ଏଣିକି ଚାର୍ଜ 4ରେ ରକ୍ତ ଅମ୍ଳଜାନ ମାପ କରାଯାଇ ପାରିବ । ଆଗରୁ ଏହି ଆପ କେବଳ ଶୋଇବା ଉପରେ ତଥ୍ୟ ପ୍ରଦାନ କରୁଥିଲା ।

ପୂର୍ବରୁ ଏହା ଶରୀରର ତାପମାତ୍ରା ବିଷୟରେ ତଥ୍ୟ ପ୍ରଦାନ କରୁଥିଲା । ଫିଟବିଟ ଚାର୍ଜ 4, ଭର୍ସା 2 ଓ ଇନସ୍ପାୟାର 2ର ଉପଭୋକ୍ତାମାନେ ଏଣିକି ସ୍ବାସ୍ଥ୍ୟ ଉପରେ ସମସ୍ତ ତଥ୍ୟ ପାଇ ପାରିବେ । ପର୍ବରୁ ଏହା ଏକ ପ୍ରିମିୟମ ସବସ୍କ୍ରିପସନ ଆବଶ୍ୟକ କରୁଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ।

ଚାର୍ଜ4 ଶୋଇବା ସମୟରେ ଶ୍ବାସକ୍ରିୟା ହାର,ଦୃଦସ୍ପନ୍ଦନ ପରିପର୍ତ୍ତନଶୀଳତା ସମେତ ବିଭିନ୍ନ ସ୍ବାସ୍ଥ୍ୟଗତ ତଥ୍ୟ ପ୍ରଦାନ କରିବ ବୋଲି ବୁଧବାର ଭର୍ଜ ତାର ରିପୋର୍ଟରେ ପ୍ରକାଶ କରିଛି । ପ୍ରିମିୟମ୍ ଗ୍ରାହକମାନଙ୍କୁ ଏକମାସ ଧରି ତଥ୍ୟ ପ୍ରଦାନ କରୁଥିବା ବେଳେ ମାଗଣା ସଂସ୍କରଣ ମାତ୍ର ସାତ ଦିନ ପାଇଁ ତଥ୍ୟ ଦେଖାଇବା ନେଇ ରିପୋର୍ଟରେ ପ୍ରକାଶ ହୋଇଛି ।

ବର୍ତ୍ତମାନ ଫିଟବିଟକୁ ଗୁଗୁଲ କ୍ରୟ କରିଛି । ଏହା କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଆମେରିକାର ଅଞ୍ଚଳରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଏହା ଯନ୍ତ୍ର ବଜାରକୁ ଆସିବା ସମୟରେ ଏହାର ବୈଶିଷ୍ଟ୍ୟ ସମସ୍ତ ଅଞ୍ଚଳକୁ ଉପଲବ୍ଧ ହୋଇନଥିଲା । ମାତ୍ର ନିୟାମକଙ୍କ ଅନୁମୋଦନ ପରେ ଏହା ଆମେରିକାର ସମେତ ବିଭିନ୍ନ ଅଞ୍ଚଳରେ ଉପଲବ୍ଧ ହେଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.