ଗାନ୍ଧିନଗର: ଉନ୍ନା ନଓ୍ବା ବନ୍ଦର ଏବଂ ସିମର ସାଗରରେ (Nawa bandar and Simar Sea Of Una) ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ୧୨ଜଣ ମତ୍ସ୍ୟଜୀବୀ ନିଖୋଜ (Fishermen Missing) ଥିବା ସୂଚନା । ଗୁଜୁରାଟରେ ପ୍ରବଳ ବର୍ଷା ( Gujurat Rain Alert) ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ହେବାନେଇ ଆଲର୍ଟ କରାଯାଇଥିଲା । ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ତେବେ ୧୦ରୁ ୧୫ଟି ମତ୍ସ୍ୟଜୀବୀ ବୋର୍ଟ ନେଇ ସମୁଦ୍ର ମଧ୍ୟକୁ ଯାଇଥିବାବେଳେ ବର୍ଷା ପ୍ରଭାବରେ ପବନର ବେଗ ବଢିଥିଲା । ଫଳରେ ଡଙ୍ଗା ଗୁଡିକ ସମୁଦ୍ର ମଧ୍ୟରେ ବୁଡିଯାଇଥିଲା । ଏହି ଘଟଣାରେ ୧୨ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ୪ଜଣ ମତ୍ସ୍ୟଜୀବୀ କୂଳକୁ ଫେରିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ