ETV Bharat / bharat

ଶାକାହାରୀ ଖାଦ୍ୟରେ ଅନ୍ତର୍ଭୁକ୍ତ ହେଉ ମାଛ: ତେଲେଙ୍ଗାନା ରାଜ୍ୟପାଳ

ଶାକାହାରୀ ଖାଦ୍ୟରେ ମାଛ ଅନ୍ତର୍ଭୁକ୍ତ ହେଉ କହିଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାହି ସୁନ୍ଦରରାଜନ । କହିଲେ ମାଛ ଖାଇଲେ ନିରୋଗ ଓ ଦୀର୍ଘାୟୁ ହେବେ । ମତ୍ସ୍ୟଜୀବୀ ହେବେ ଉପକୃତ । ଅଧିକ ପଢନ୍ତୁ

author img

By

Published : Jul 1, 2023, 10:15 PM IST

ଶାକାହାରୀ ଖାଦ୍ୟରେ ଅନ୍ତର୍ଭୁକ୍ତ ହେଉ ମାଛ : ତେଲେଙ୍ଗାନା ରାଜ୍ୟପାଳ

ପୁଡୁଚେରୀ: ଶାକାହାରୀ ଖାଦ୍ୟରେ ଅନ୍ତର୍ଭୁକ୍ତ ହେଉ ମାଛ । ତେଲେଙ୍ଗାନା ରାଜ୍ୟପାଳ ଡାକ୍ତର ତାମିଲସାହି ସୁନ୍ଦରରାଜନ ଏପରି ଏକ ପ୍ରସ୍ତାବ ରଖିଛନ୍ତି । ଏପରି ହେବା ଫଳରେ ଅଧିକ ଲୋକେ ମାଛ ଖାଇବେ ଓ ମତ୍ସ୍ୟଜୀବୀମାନେ ଅଧିକ ଲାଭ ପାଇପାରିବେ ବୋଲି ସୁନ୍ଦରରାଜନ ମତ ରଖିଛନ୍ତି । ପୁଡୁଚେରୀରେ ରାଜ୍ଯ ମତ୍ସ୍ୟ ବିଭାଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ସୁନ୍ଦରରାଜନ ଏପରି ଏକ ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି ।

ପୁଡୁଚେରୀ ରାଜ୍ୟ ମତ୍ସ୍ୟ ବିଭାଗ ରାଜ୍ୟ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଦାୟିତ୍ବରେ ଥିବା ତାମିଲସାହି ସୁନ୍ଦରରାଜନ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ, ଶାକାହାରୀ ଖାଦ୍ୟରେ ମାଛ ଅନ୍ତର୍ଭୁକ୍ତ ହେବା ଉଚିତ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ସୁନ୍ଦରରାଜନ ହେଉଛନ୍ତି ଜଣେ ବୃତ୍ତିଗତ ଡାକ୍ତର ।

ସୁନ୍ଦରରାଜନ କହିଥିଲେ, ‘‘ମଦୁରାଇକୁ ଶାସନ କରିଥିବା ମିନାକ୍ଷୀଙ୍କ ପରି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯଦି ତୁମେ ମାଛ ଖାଇବ, ତେବେ ନିରୋଗ ଓ ଦୀର୍ଘାୟୁ ହେବ । ମୁଁ ମଧ୍ୟ ମାଛ ଖାଏ । ଯଦି ମାଛକୁ ଶାକାହାରୀ ଖାଦ୍ୟ ଭାବେ ଘୋଷଣା କରାଯିବ, ତେବେ ଅଧିକ ଲୋକେ ମାଛ ଖାଇବେ । ଫଳରେ ମତ୍ସ୍ୟଜୀବୀମାନେ ଏଥିରେ ଅଧିକ ଲାଭ ପାଇବେ ।’’ ସେହିପରି ସେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରଙ୍ଗାସ୍ବାମୀ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ମତ୍ସ୍ୟଚାଷୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ସେମାନଙ୍କ ସାମାଜିକ ମଙ୍ଗଳ ପାଇଁ ଏକାଧିକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ସେମାନେ ତାର ଲାଭ ପାଇବା ଉଚିତ ବୋଲି ରାଜ୍ୟପାଳ ସୁନ୍ଦରରାଜନ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରଙ୍ଗାସ୍ବାମୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟର ମତ୍ସ୍ୟଜୀବୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲ । ମତ୍ସ୍ୟଜୀବୀମାନଙ୍କୁ 11.90 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଓ କିଷାନ କାର୍ଡ ମଧ୍ଯ ବଣ୍ଟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.