ETV Bharat / bharat

ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ, 32 ପାହାଚର ଉଭୟ ପାର୍ଶ୍ବରେ ସିଂହ ଓ ହସ୍ତୀ

First pictures of magnificent Sinh Dwar of Ram Temple out:ସାମ୍ନାକୁ ଆସିଲେ ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ । ମୁଖ୍ୟଦ୍ବାରରେ ରିଛନ୍ତି ସିଂହ ସହ ହସ୍ତୀ ଓ 32 ପାହାଚ । ଅଧିକ ପଜନ୍ତୁ

ସାମ୍ନାକୁ ଆସିଲେ ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ

author img

By ETV Bharat Odisha Team

Published : Jan 4, 2024, 7:57 PM IST

ଲକ୍ଷ୍ନୌ: 22 ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ସାମ୍ନାକୁ ଆସିଛି ମନ୍ଦିରର ମୁଖ୍ୟଦ୍ବାର ବା ସିଂହଦ୍ବାରର ପ୍ରଥମ ଝଲକ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ଏହି ଫଟୋ ସେୟାର କରିଛି । ମନ୍ଦିରରେ ମୁଖ୍ୟଦ୍ବାରରେ ପଥର ନିର୍ମିତ ଦୁଇଟି ବିଶାଳ ସିଂହ ଓ ଦୁଇଟି ହସ୍ତୀ ମୂର୍ତ୍ତି ସ୍ଥାନ ପାଇଛନ୍ତି । ପୂର୍ବ ଦିଗରେ ଏହି ମୁଖ୍ୟଦ୍ବାରରେ ମୋଟ 32ଟି ପାହାଚ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସିଂହଦ୍ବାରରୁ ହିଁ ପ୍ରତିଷ୍ଠା ଉତ୍ସବ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରିବେ ।

ନାଗରା ଶୈଳୀରେ ନିର୍ମିତ ମନ୍ଦିର:-

ଏହି ଭବ୍ୟ ମନ୍ଦିରର ନିର୍ମାଣ ଅନ୍ୟତମ ପ୍ରମୁଖ ଭାରତୀୟ ସ୍ଥାପତ୍ୟ କଳା ‘ନାଗରା’ ଶୈଳୀରେ ନିର୍ମିତ କରାଯାଇଛି । ଯାହା ବିଶେଷ ଭାବେ ଉତ୍ତର ଭାରତରେ ଦେଖିବାକୁ ମିଳେ । ଏହି ଭବ୍ୟ ମନ୍ଦିରର ଦୈର୍ଘ୍ୟ 380 ଫୁଟ ଥିବା ବେଳେ ପ୍ରସ୍ଥ 250 ଫୁଟ ରହିଛି । ସେହିପରି ମୁଖ୍ୟ ମନ୍ଦିରର ଉଚ୍ଚତା 161 ଫୁଟ ରହିବ । ମନ୍ଦିରର ଶିଖର ବା ଶୀର୍ଷରେ ଏକ କଳସ ସ୍ଥାପନ କରାଯିବ । ଏହାର ଚୂଡାରେ ଏକ ବିଶାଳ ଧ୍ବଜା ମଧ୍ୟ ଉଡିବ । ଯାହା ପ୍ରାୟତଃ ସମସ୍ତ ହିନ୍ଦୁ ମନ୍ଦିରରେ ଦେଖିବାକୁ ମିଳେ । ଏହି ମନ୍ଦିରର ଅନ୍ୟତମ ବିଶେଷତା ହେବ ଏହାର ମୁଖ୍ୟମନ୍ଦିର ପ୍ରରିକ୍ରମା କରିଡର । ମୁଖ୍ୟ ମନ୍ଦିର ଚାରିପଟେ ଏକ ବହୁମହଲା ବିଶିଷ୍ଟ କରିଡର ମଧ୍ୟ ରହିବ । ଯାହା ଫଳରେ ଶ୍ରଦ୍ଧାଳୁମାନେ ଏହାକୁ ପରିକ୍ରମା କରିବା ସହ ପ୍ରସ୍ଥାନ କରିବେ । ମନ୍ଦିରର କାନ୍ଥ ଓ ଆଭ୍ୟନ୍ତରୀଣ ସ୍ଥାନରେ ଭାରତୀୟ ପୌରଣିକ କଥାବସ୍ତୁମାନ ଖୋଦିତ ହୋଇଛି ।

କିପରି ରହିଛି ମନ୍ଦିର ଭବ୍ୟତା :-

ମନ୍ଦିରର ପ୍ରଥମ ଫ୍ଲୋରରେ ଏକ ‘ରାମ ଦରବାର’ ନାମରେ ରାମାୟଣ କଥାବସ୍ତୁ ପ୍ରଦର୍ଶନୀ କକ୍ଷ ରହିବ । ଯେଉଁଥିରେ ପ୍ରଭୁ ରାମଙ୍କ ବାଲ୍ୟକାଳ ସହ ରାମାୟଣ ଘଟଣାକ୍ରମ ପ୍ରଦର୍ଶିତ ହେବ । ମନ୍ଦିରର ଗର୍ଭଗୃହ ଚାରିପାଖରେ ଏକ ତିନି ମହଲା ପରିକ୍ରମା କରିଡର ନିର୍ମାଣ କରାଯାଇଛି । ଯାହାର ପ୍ରତ୍ୟେକ ମହଲା 20 ଫୁଟ ବ୍ୟବଧାନରେ ରହିଛି । ଏହି ବିଶାଳ ଓ ଭବ୍ୟ ମନ୍ଦିରରେ ମୋଟ 392 ସ୍ତମ୍ଭ ଓ 44 ଟି ଦ୍ବାର ଅଛି ।

ମନ୍ଦିର ପରିସରରେ 5 ମଣ୍ଡପ:-

ମନ୍ଦିର ପରିସରରେ 5ଟି ମଣ୍ଡପ ମଧ୍ୟ ରହିଛି । ଏହାର ନାମକରଣ ଭାରତୀୟ ପୌରାଣିକ କଥାବସ୍ତୁ ଅନୁସାରେ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ, ଓ କୀର୍ତ୍ତନ ମଣ୍ଡପ ରଖାଯାଇଛି । ମନ୍ଦିରରେ ଏକ ଆୟତାକାର ପାରେରୀ ମଧ୍ୟ ରହିବ । ଏହି ପାଚେରୀର 4ଟି ଦ୍ବାର ରହିବା ସହ ପ୍ରତ୍ୟେକ କୋଣକୁ ଜଣେ ଲେଖାଏଁ ହିନ୍ଦୁ ଦେବାଦେବୀଙ୍କୁ ସମର୍ପିତ କରାଯାଇଛି । ଏହି ବିଶାଳ ପାଚେରୀ ଲମ୍ବ 732 ମିଟର ରହିବା ସହ ଉଚ୍ଚତା 14 ଫୁଟ ରହିବ । ଏହାର 4 କୋଣରେ ସୂର୍ଯ୍ୟଦେବ, ଭଗବାନ ଶିବ, ଗଣେଶ ଓ ମାତା ଭଗବତୀଙ୍କୁ ସମର୍ପିତ ମନ୍ଦିର ରହିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.