ETV Bharat / bharat

ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶକୁ ଗଲା ପ୍ରଥମ 'ଅମ୍ଳଜାନ ଏକ୍ସପ୍ରେସ' - ଅମ୍ଳଜାନ ଅଭାବ

ମଧ୍ୟପ୍ରଦେଶକୁ ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଝାଡ଼ଖଣ୍ଡରୁ ପଠାଯାଇଛି । ଅଧିକ ପଢନ୍ତୁ...

ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶକୁ ଗଲା ପ୍ରଥମ 'ଅମ୍ଳଜାନ ଏକ୍ସପ୍ରେସ'

author img

By

Published : Apr 27, 2021, 8:57 AM IST

ରାଞ୍ଚି: ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା । ଫଳରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଭାବ ପଡିଛି ଅମ୍ଳଜାନ । ଅମ୍ଳଜାନ ଅଭାବକୁ ଦୂରୀଭୁତ କରିବା ପାଇଁ ଭାରତୀୟ ରେଳବାଇ ଅମ୍ଳଜାନ ଏକ୍ସପ୍ରେସ ସେବା ଆରମ୍ଭ କରିଛି । ତେବେ ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶକୁ ମଙ୍ଗଳବାର ସକାଳେ ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ପଠାଯାଇଛି ।

ଏହି ଅମ୍ଳଜାନ ଏକ୍ସପ୍ରେସରେ 6ଟି ଟାଙ୍କର ରହିଥିବା ଭାରତୀୟ ରେଳବାଇ ସୂଚନା ଦେଇଛି । ରାଜ୍ୟର ମଣ୍ଡିଦୀପ ଓ ଜବଲପୁରକୁ ଏହି ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ତରଳ ଅମ୍ଳଜାନ ପଠାଯାଉଛି । ତେବେ ଅମ୍ଳଜାନଗୁଡିକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବା ପରେ ପୁଣି ଖାଲି ଟାଙ୍କର ଝାଡ଼ଖଣ୍ଡକୁ ଫେରି ପୁନଃ ଅମ୍ଳଜାନ ପଠାଯିବ ବୋଲି ଜଣାପଡିଛି ।

ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି କୋରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ 91 ହଜାର 548ଟି ସକ୍ରିୟ ମାମଲା ରହିଛି । ଏହାରି ମଧ୍ୟରେ ଭାରତୀୟ ରେଳବାଇ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟକୁ 20ଟି ଆଇସୋଲେସନ କୋଚ ଯୋଗାଇଛି । ଯେଉଁଥିରେ 292ଟି ଶଯ୍ୟା ରହିଛି । ରେଳବାଇ ଦ୍ବାରା ଯୋଗା ଯାଇଥିବା ଏହି ଶଯ୍ୟାକୁ ବର୍ତ୍ତମାନ ରାଜ୍ୟରେ 3 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.