ETV Bharat / bharat

INDIA Bloc: ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ

author img

By ETV Bharat Odisha Team

Published : Sep 13, 2023, 12:50 PM IST

ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ । ଶରଦ ପାୱାରଙ୍କ ବାସଭବନରେ ବୈଠକ ବସିବା ନେଇ ସୂଚନା । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ
ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ: ନବଗଠିତ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ ଆଜି(ବୁଧବାର) ଅନୁଷ୍ଠିତ ହେବ । ଦିଲ୍ଲୀରେ ଥିବା ଶରଦ ପାୱରଙ୍କ ବାସଭବନରେ ବୈଠକ ବସିବ । ଏଥିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହୋଇପାରେ । ଏହି ୧୪ ଜଣିଆ ସମନ୍ବୟ କମିଟିରେ ଏନସିପି ସୁପ୍ରିମୋ ଶରଦ ପାୱରଙ୍କ ସମେତ କଂଗ୍ରେସ ନେତା କେସି ବେଣୁଗୋପାଳ, ଆମ ଆଦମୀ ପାର୍ଟିର ରାଘବ ଚଢା, ରାଷ୍ଟ୍ରୀୟ ଜନତା ଦଳ(JDU)ର ତେଜସ୍ବୀ ଯାଦବ ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ପ୍ରମୁଖ ସଦସ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସମନ୍ବୟ କମିଟିର ନେତାମାନେ ଆଜି ଏକାଠି ହୋଇ ଆଲୋଚନା କରିବେ । କେନ୍ଦ୍ରର ବିଜେପି ସରକାର ଦେଶରେ ଏକକ ନିର୍ବାଚନ ପାଇଁ ସଙ୍କେତ ଦେଇ ସାରିଥିବା ବେଳେ ଏହି ଦୃଷ୍ଟିରୁ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ବିରୋଧୀ ନେତାମାନେ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେମାନେ ଯେକୌଣସି ସମୟରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବେ ।

ଅନ୍ୟପଟେ ବୈଠକ ପୂର୍ବରୁ ସମନ୍ବୟ କମିଟିର ସଦସ୍ୟ ଥିବା ଟିଏମସି ନେତା ଅଭିଷେକ ବାନାର୍ଜୀ ଇଡିରେ ହାଜର ହୋଇଛନ୍ତି । ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା । ଫଳରେ ସେ ଆଜି କୋଲକାତା ସ୍ଥିତି ଇଡି ଅଫିସକୁ ଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: କୃଷକଙ୍କ ଅଧିକାର ଉପରେ ପ୍ରଥମ ବିଶ୍ବ ଆଲୋଚନାଚକ୍ର ଉଦଘାଟନ କଲେ ରାଷ୍ଟ୍ରପତି

ଆଜିର ସମନ୍ବୟ କମିଟି ବୈଠକ ପୂର୍ବରୁ ଶିବସେନା(UBT) ନେତା ଉଦ୍ଧବ ଠାକରେ ମୁମ୍ବାଇରେ ଏନସିପି ମୁଖ୍ୟ ପାୱାରଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଆସନ ବୁଝାମଣା ବ୍ୟତୀତ ରାଜ୍ୟରେ ନିର୍ବାଚନୀ ରଣନୀତି ଉପରେ ଆଲୋଚନା ହୋଇଛି । ଉଭୟ ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଏବଂ ରାଜ୍ୟର ୪୮ ଲୋକସଭା ଆସନାରେ ଆସନ ବୁଝାମଣା ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରିଛନ୍ତି । କହିରଖୁଛୁ କି, ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରୁ ସର୍ବାଧିକ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥାନ୍ତି ।

ମୁମ୍ବାଇ ଅନୁଷ୍ଠିତ ବିରୋଧୀ ମହାମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ୧୪ ଜଣିଆ ସମନ୍ବୟ କମିଟି ଗଠନ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ NDAକୁ ଗାଦିଚ୍ୟୁତ କରିବା ବିରୋଧୀ ମେଣ୍ଟର ଲକ୍ଷ୍ୟ ହୋଇଥିବା ବେଳେ ଏହି ସମନ୍ବୟ କମିଟି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଦିଗରେ କାର୍ଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.