ETV Bharat / bharat

ଆସନ୍ତା 13ରେ 'ଇଣ୍ଡିଆ' ମେଣ୍ଟର ସମନ୍ବୟ କମିଟିର ପ୍ରଥମ ବୈଠକ

author img

By ETV Bharat Odisha Team

Published : Sep 10, 2023, 9:49 PM IST

ଆସନ୍ତା 13 ତାରିଖ ବୁଧବାର ଦିଲ୍ଲୀରେ ବସିବ 'ଇଣ୍ଡିଆ' ମେଣ୍ଟର ସମନ୍ବୟ କମିଟିର ପ୍ରଥମ ବୈଠକ । ଅଧିକ ପଢନ୍ତୁ

first meet of INDIA bloc coordination committee

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର 14 ଜଣିଆ ସମନ୍ବୟ କମିଟିର ପ୍ରଥମ ବୈଠକ ଆସନ୍ତା 14 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ମେଣ୍ଟର ଆଗାମୀ ରଣନୀତି, ପଦକ୍ଷେପ ଓ ବୈଠକ ସମ୍ପର୍କରେ ଆଲୋଚନା କରିବେ ସମନ୍ବୟ ବୈଠକର ସଦସ୍ୟ ।

ଆସନ୍ତା 2024 ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବଧୀନ NDAକୁ ଗାଦିଚ୍ୟୁତ କରିବା ଲାଗି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ଇଣ୍ଡିଆ ମେଣ୍ଟର 3ୟ ବୈଠକ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏଠାରେ 14 ଜଣିଆ ସମନ୍ବୟ କମିଟି ଗଠିତ ହୋଇଥିଲା । ଏହି କମିଟି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଦିଗରେ କାର୍ଯ୍ୟ କରିବ । ସେପଟେ ଏହି କମିଟିର ସଦସ୍ୟ ଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର 13 ତାରିଖ ବୈଠକ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏନେଇ ବାନାର୍ଜୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- Opposition Meet: 14ଜଣିଆ ସମନ୍ବୟ କମିଟି ଗଠନ କଲା 'ଇଣ୍ଡିଆ', ଶରଦ ପାୱାର-ଷ୍ଟାଲିନ ସାମିଲ

ଏହି କମିଟିରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା DMK ସଭାପତି ଏମ.କେ ଷ୍ଟାଲିନ୍‌, ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଓ ତୃଣମୂଳ କଂଗ୍ରେସ (TMC) ନେତା ଅଭିଷେକ ବାନାର୍ଜୀ ସଦସ୍ୟ ରହିଛନ୍ତି । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା JMM ନେତା ହେମନ୍ତ ସୋରେନ୍‌, ଶିବ ସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାୱତ, ଆମ ଆଦମୀ ପାର୍ଟି ନେତା ରାଘବ ଚଢା, ସିପିଆଇ ନେତା ଡି. ରାଜା, ନ୍ୟାସ୍‌ନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା, ପିଡିପି ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ।

ସୂଚନା ଥାଉ କି ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ଗତ ଜୁନ୍‌ 23 ତାରିଖରେ ବିହାର ରାଜଧାନୀ ପାଟନାରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଦ୍ବିତୀୟ ବୈଠକ ବେଙ୍ଗାଲୁରୁରେ ଜୁଲାଇ 17 ଓ 18 ତାରିଖ 2 ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହାପରେ ତୃତୀୟ ବୈଠକ ଗତ ଅଗଷ୍ଟ 31 ଓ ସେପ୍ଟେମ୍ବର 1 ତାରିଖରେ ବସିଥିଲା । ଏହି ତୃତୀୟ ବୈଠକରେ ମେଣ୍ଟର ସମନ୍ବୟ କମିଟି ସଦସ୍ୟ ଗଠନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.