ETV Bharat / bharat

ଆଜି ମଧ୍ୟପ୍ରଦେଶରେ ହେବ ପ୍ରଥମ କିଷାନ ମହାପଞ୍ଚାୟତ

author img

By

Published : Feb 15, 2021, 7:44 AM IST

ଆଜି ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଅନୁଷ୍ଠିତ ହେବ ପ୍ରଥମ କିଷାନ ମହାପଞ୍ଚାୟତ । ନୂଆ କୃଷି ଆଇନ ବିଷୟରେ କୃଷକମାନଙ୍କୁ ବିସ୍ତୃତ ଭାବରେ ବୁଝାଇବା ରହିଛି ଏହାର ଉଦ୍ଦେଶ୍ୟ ।

ଆଜି ମଧ୍ୟପ୍ରଦେଶରେ ହେବ ପ୍ରଥମ କିଷାନ ମହାପଞ୍ଚାୟତ
ଆଜି ମଧ୍ୟପ୍ରଦେଶରେ ହେବ ପ୍ରଥମ କିଷାନ ମହାପଞ୍ଚାୟତ

ଭୋପାଳ: ଆଜି ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଅନୁଷ୍ଠିତ ହେବ ପ୍ରଥମ କିଷାନ ମହାପଞ୍ଚାୟତ । ଏନେଇ ଘୋଷଣା କରିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଙ୍ଘର ସଭାପତି ଶିବ କୁମାର ଶର୍ମା । ନୂଆ କୃଷି ଆଇନ ବିଷୟରେ କୃଷକମାନଙ୍କୁ ବିସ୍ତୃତ ଭାବରେ ବୁଝାଇବା ଏହାର ଉଦ୍ଦେଶ୍ୟ ରହିଛି ।

ଅନେକ କୃଷକମାନେ ନୂଆ କୃଷି ଆଇନ ବିଷୟରେ ଅବଗତ ନଥିବାବେଳେ କୃଷକଙ୍କୁ ଏହି ମହାସଙ୍ଘ ଜରିଆରେ ବୁଝାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ତେବେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଙ୍ଘର ମୁଖ୍ୟ ମଧ୍ୟ ଏଥିରେ ଯୋଗ ଦେବେ । ତେବେ ଖାରଗୋନ ପରେ ଗ୍ବାଲିୟର, ପରେ ଅଶୋକନଗର ଓ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ କିଷାନ ମହାସଙ୍ଘର ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ସଙ୍ଘର ସଭାପତି ଶିବ କୁମାର ।

ନୂଆ କୃଷି ଆଇନକୁ ନେଇ ବିଜେପି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଶିବ କୁମାର । ଦିଲ୍ଲୀ ବର୍ଡରରେ ପ୍ରାଣ ହରାଇଥିବା କୃଷକ ମାନଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ବିଜେପି ନେତାମାନେ ଲଜ୍ଜାଜନକ ଭାବରେ ଉତ୍ତେଜନା କରିଥିଲେ । ଯାହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କିଷାନ ମଜଦୁର ମହାସଙ୍ଘର ସଭାପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.